ପୁଣି ତେଜିଲା ଏନଏସି ମାନ୍ୟତା ଦାବି । ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ମୋହନା ବନ୍ଦ ।

295

କନକ ବ୍ୟୁରୋ: ପୁଣି ତେଜିଲା ଏନଏସି ମାନ୍ୟତା ଦାବି । ଗଜପତି ଜିଲ୍ଲା ମୋହନାକୁ ଏନଏସି ଘୋଷଣା ଦାବିରେ ଆଜି ଆଂଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋହନାରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବନ୍ଦ ଡାକରା ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବ୍ରହ୍ମପୁରରୁ ରାୟଗଡ଼ାକୁ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୫ଟି ନୂଆ ଏନଏସି ଘୋଷଣା ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ଅଶଉ ୨୨ଟି ସ୍ଥାନକୁ ଏନଏସି ମାନ୍ୟତା ଦେଇଥିଲେ ରାଜ୍ୟ ସରକାର । ତେବେ ଏହି ତାଲିକାରୁ ମୋହନା ବାଦ ପଡ଼ିଥିବାରୁ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।