ଦିଗପହଣ୍ଡିରେ ଦଳିତ ଯୁବତୀ ମୃତ୍ୟୁ ଘଟଣା । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସ ଠାରୁ ନିରାଶ ହୋଇ ନ୍ୟାୟ ଅପେକ୍ଷାରେ ପରିବାର

145

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଅଂଚଳରୁ ଆସିଛି ସଙ୍ଗୀନ ଅଭିଯୋଗ । ଦିନ ମଜୁରିଆ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । କେ ନୂଆଗାଁ ଅଂଚଳରେ ୨୨ ବର୍ଷୀୟ ଦଳିତ ସମ୍ପ୍ରଦାୟର ଝିଅର ହତ୍ୟା ଘଟଣା ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।

ଘଟଣା ଗତ ମେ ମାସ ୧୦ ତାରିଖରେ ଘଟିଥିଲା । ଦିନ ମଜୁରିଆ ଶ୍ରେଣୀର ପରିବାର ଏବେ ଘଟଣା ପରେ ନ୍ୟାୟ ଅପେକ୍ଷାରେ ଅଛନ୍ତି । ଦିନ ମଜୁରିଆ ପରିବାର ଲୋକ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ଝିଅ ନଦୀକୁ ଶୌଚ ହେବାକୁ ଯାଇଥିଲା । ଏତିକି ବେଳେ ଉଚ୍ଚ ସ୍ୱର ଶୁଣିବାକୁ ମିଳିଥିଲା । ପରିବାର ଲୋକେ ଯାଇ ଦେଖନ୍ତି ତ ନଦୀରେ ଭାସୁଥିଲା ମୃତଦେହ ।

ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ବୋଲି ଲେଖି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମୃତ ଯୁବତୀର ପରିବାର ଲୋକେ । ଘଟଣାରେ ପୋଲିସ ପ୍ରଥମେ ଏତଲା ରଖୁନଥିବାରୁ ଏହାକୁ ନେଇ ପୋଲିସର କାର୍ଯ୍ୟ ପ୍ରତି ସନ୍ଦେହ କରିଛନ୍ତି ପରିବାର ଲୋକେ । ଘଟଣାକୁ ନେଇ ଦିନ ମଜୁରିଆ ପରିବାରକୁ ନ୍ୟାୟ ଏବଂ ହତ୍ୟାକାରୀର ଗିରଫ ଦାବିରେ ଦିଗପହଣ୍ଡିରେ ଧାରଣାକୁ ଓହ୍ଲାଇଛି ବିଜେପି ।