କନକ ବ୍ୟୁରୋ : ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ନହେବାରୁ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଗେଟ ସମ୍ମୁଖରେ ପ୍ଲାକାର୍ଡ ଧରି ଛାତ୍ରୀଛାତ୍ରୀ ଧାରଣା ଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ।

Advertisment

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳେଇଚନ୍ଦପୁର ଉଚ୍ଚବିଦ୍ୟାଳୟରେ ଦୁଇ ବର୍ଷ ହେଲା ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ହୋଇନାହିଁ । ଉଚ୍ଚବିଦ୍ୟାଳୟରେ ହିନ୍ଦୀ, ଇଂରାଜୀ ଓ ଗଣିତ ଶିକ୍ଷକ ନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବାରମ୍ବାର ଡିଇଓ ଏବଂ ବିଇଓଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଗକୁ ମାଟ୍ରିକ ବୋର୍ଡ ପରୀକ୍ଷା ଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।