କନକ ବ୍ୟୁରୋ : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା । କଣ୍ଟାବାଞ୍ଝିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ସଂଘର୍ଷ ସମିତି । ଦୋକାନ ବଜାରରୁ ନେଇ ବ୍ୟାଙ୍କ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ଏହି ଦାବିକୁ ସମର୍ଥନ କରି ବନ୍ଦ ପାଳନ କରିଛି । ସହରର ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି । କେବଳ ଜରୁରୀ କାଳୀନ ସେବା ଓ ପରୀକ୍ଷାର୍ଥୀ ମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସାମିଲ ହୋଇଛନ୍ତି । ବହୁ ବର୍ଷ ହେଲା ପ୍ରଶାସନ ନିକଟରେ ଜିଲ୍ଲା ମାନ୍ୟତା ଦାବି ଉଠିଛି । ତା ସହିତ ବଲାଙ୍ଗୀରକୁ ଆରଡିସି ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି ।