କନକ ବ୍ୟୁରୋ: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସଂସଦରେ ପୁଣି ଦାବି ଉଠିଛି । ରାଜ୍ୟସଭାରେ ବିଜେଡି ସାଂସଦ ସୁବାଶିଷ ଖୁଣ୍ଟିଆ ଏହି ଦାବି କରିଛନ୍ତି । ଏଥିସହ ବନ୍ୟା ବାତ୍ୟା ପ୍ରପୀଡିତ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଛନ୍ତି ବିଜେଡି ସାଂସଦ । ସେହିପରି ସୁବାଶିଷ ଖୁଣ୍ଟିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କହିଛନ୍ତି ଅହିଂସାକୁ ଭାରତୀୟ ସମ୍ବିଧାନ ମୁଖବନ୍ଧରେ ସ୍ଥାନ ଦେବାକୁ ପୂର୍ବରୁ ବିଜେଡି ଦାବି କରି ଆସୁଛି । ହେଲେ କେନ୍ଦ୍ର ସରକାର ଓଡିଶାର ଦାବିକୁ ଅବହେଳା କରୁଥିବା କହିଛନ୍ତି ବିଜେଡି ସାଂସଦ ।
ଭୂମିପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ପୁଣି ଉଠିଲା ଦାବି; ରାଜ୍ୟସଭାରେ ଦାବି ରଖିଲେ ବିଜେଡି ସାଂସଦ ସୁବାଶିଷ ଖୁଣ୍ଟିଆ
/kanak/media/post_attachments/wp-content/uploads/2024/07/khuntia.jpg)