ପୁଣି ଉଠିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ।ଲୋକସଭାରେ ଦାବି କଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ।

119

କନକ ବ୍ୟୁରୋ: ପୁଣି ଉଠିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏହି ଦାବି କରିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସେ ଗୃହରେ ଦାବି ଉପସ୍ଥାପନା କରିଛନ୍ତି । ସାଂସଦ ଚନ୍ଦ୍ରଶେଖର ସାହୁ କହିଥିଲେ, ଦୀର୍ଘ ଦିନ ହେବ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରାଯାଇଆସୁଛି । କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଦାବିକୁ ଗ୍ରହଣ କରିନାହାନ୍ତି । ତେଣୁ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବାକୁ ଚନ୍ଦ୍ରଶେଖର ସାହୁ କହିଥିଲେ ।