କନକ ବ୍ୟୁରୋ : ମାର୍ଚ୍ଚ ୫ ତାରିଖ ହେଉଛି ବିଜୁ ଜୟନ୍ତୀ । ପ୍ରବାଦ ପୁରୁଷ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ ସାରା ଓଡ଼ିଶା ଆଜି ବିଜୁ ବାବୁଙ୍କ ମନେପକାଉଛି । ଓଡ଼ିଶା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ବିଜୁ ବାବୁଙ୍କୁ ସମ୍ମାନ ଜଣାଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ପ୍ରଦର୍ଶିିତ କରିଛନ୍ତି । ଏହି ବାଲୁକାକଳାକୁ ଦେଖିବାକୁ ପୁରୀ ନିଳାଦ୍ରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।
ସେପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି ତେଜିଲା । ବିଜୁ ବାବୁଙ୍କ ଭାରତ ରତ୍ନ ଦିଆଯିବାକୁ ଦାବି କରି ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଟାଙ୍ଗି ସାଲେପୁର ବିକାଶ ମଂଚ ଦାବିପତ୍ର ପ୍ରଦାନ କରିଛି । ଏହାସହ ଯଦି ବିଜୁବାବୁଙ୍କୁ ଭାରତ ରତ୍ନ ନେଇ ଘୋଷଣା କରାନଯାଏ, ତାହେଲେ ଦିଲ୍ଲୀରେ ଅନଶନ କରାଯିବ ବୋଲି ମଂଚ କହିଛି । ଏପରିକି ଦିଲ୍ଲୀ ଯନ୍ତରମନ୍ତରରେ ଆମରଣ ଅନଶନ କରିବେ ବୋଲି ଟାଙ୍ଗୀ ସାଲେପୁର ବିକାଶ ମଂଚର ଅଧ୍ୟକ୍ଷ ବିଶ୍ୱେଶ୍ୱର ସ୍ୱାଇଁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/demand.jpg)