କନକ ବ୍ୟୁରୋ : ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଯାଉଛନ୍ତି ଛୋଟରୁ ବଡ । ବାଧକ ସାଜିଛି କେରାଣ୍ଡି ନଦୀ । ପ୍ରତିଦିନ ଲୋକମାନେ ଦୈନଦିନ ଜୀବନ ପାଇଁ ନଦୀ ପାର ହୋଇ ଯାଉଛନ୍ତି । ଏପରିକି ସ୍କୁଲ ପିଲାମାନେ ମଧ୍ୟ ଏହି ନଦୀ ପାର ହୋଇଯାଉଛନ୍ତି । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଚାରଙ୍ଗୁଳ ଅଂଚଳ ବାସୀ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଲେଞ୍ଜିଗୁଡାରୁ ଯୋଡ଼ାଗୁଡା ପର୍ଯନ୍ତ ସୁନାବେଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ନେଇ ସ୍କୁଲ କଲେଜ ଯାଉଛନ୍ତି । ଅନ୍ୟ ଦିନରେ ଯାତାୟତ ସମ୍ଭବ ହୋଇଥିବା ବେଳେ ବର୍ଷା ଦିନରେ ଲୋକେ ବହୁ ଅସବୁିଧା ଭୋଗୁଛନ୍ତି । ଏପରକିି ପିଲାଙ୍କ ପାଠ ପଢା ସମ୍ପୁର୍ଣ୍ଣ ଠପ୍ ହୋଇଯାଏ । ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ନଦୀ ପାର କରି ପାଠ ପଢାଇାବକୁ ନାରାଜ । ବିପଦସଙ୍କୁଳ ଯାତ୍ରା ଆଗକୁ ଜାରି ରହିଲେ କୌଣସି ସମୟରେ କିଛି ବି ଅଘଟଣ ଘଟିବ ତାହା ଏଡାଇ ଦିଆଯାଇନପାରେ ।
ନଦୀ ଉପରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବା ଆସିବା ହେଉଛି । ପୂର୍ବରୁ ଗୋଟିଏ ପାୱାର ବୋଟ୍ ଦିଆଯାଇଥିଲା । ହେଲେ ତାହା ବି ଅଚଳ ହୋଇପଡିଛି । ସ୍ଥାନୀୟ ଲୋକେ ପୋଲ ଖଣ୍ଡିଏ ପାଇଁ ବହୁବାର ଦାବି କରୁଛନ୍ତି । ବର୍ଷ ପରେ ବର୍ଷ ବିତି ଚାଲିଛି । ହେଲେ ଏବେ ବି ପୋଲ କଣ ଲୋକଙ୍କ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ । ସେପଟେ ପ୍ରତିଥର ଭଳି ଚଳିତ ଥର ମଧ୍ୟ ଲୋକଙ୍କୁ ମିିଳିଛି ପ୍ରତିଶ୍ରୁତି । ଉପରିସ୍ଥ ଅଧିକାରୀଙ୍କ ଆଲୋଚନା କରାଯାଇ ଅଚଳ ବୋଟକୁ ମରାମତି କରାଯିବ । ଏହାସହ ନଦୀରେ ଖୁବଶିଘ୍ର ପୋଲ ନିର୍ମାଣ କରିବାକୁ ଜଣାଯାଇଛି ।
ବର୍ଷ ବର୍ଷ ଧରି ନଦୀ ଉପରେ ବିପଦପୁର୍ଣ୍ଣ ଯାତ୍ରା ଚାଲିଥିବା ବେଳେ ଲୋକଙ୍କ ପାଇଁ ପୋଲ ତିଆରି କରିବା ଜରୁରୀ ହୋଇପଡିଛି ।