କନକ ବ୍ୟୁରୋ: ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ ନିର୍ମାଣ ପାଇଁ ଦାବି । ଭୂଷଣ କାରଖାନା ତଥା ଜେଏସବ୍ଲ୍ୟୁ ଷ୍ଟିଲର ଚେୟାରମ୍ୟାନ ସଜନ୍ ଜିନ୍ଦଲଙ୍କୁ ଏନେଇ ଦାବି କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସାରା ଦେଶରେ ଏବେ କରୋନାର ଦ୍ଵିତୀୟ ଲହରୀ ଚାଲିଛି। ଓଡ଼ିଶାର ସମସ୍ତ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଖୁବ୍ ଜୋରରେ ବ୍ୟାପି ଚାଲିଛି । ଏହି ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଖୁବ୍ କମ୍ ପରିମାଣର ଆରଟିପିସିଆର ଟେଷ୍ଟ ହେଉଛି ଓ ଟେଷ୍ଟ ରିପୋର୍ଟ ଆସିବାରେ ମଧ୍ୟ ଖୁବ୍ ବିଳମ୍ବ ହେଉଛି। ଦିନକୁ ଦିନ ଝାରସୁଗୁଡ଼ାରେ ମଧ୍ୟ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖା ଦେଇଛି। ଗତ କିଛି ଦିନ ହେଲା ଝାରସୁଗୁଡ଼ା ଜିଲ୍ଲାର ଲୋକେ ଏହି ସଂକ୍ରମଣ କାରଣରୁ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାକୁ ଆଖି ଆଗରେ ଝାରସୁଗୁଡ଼ାରେ ୫୦୦ ବେଡ୍ କୋଭିଡ ହସ୍ପିଟାଲ୍ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ଟଙ୍କଧର ତ୍ରିପାଠୀ ।
ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ କରିବାକୁ ଦାବି । ସଜନ ଜିନ୍ଦଲଙ୍କୁ ଦାବି ଜଣାଇଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।
/kanak/media/post_attachments/wp-content/uploads/2021/05/HOSPITAL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)