ଚୀନରେ ଉଠୁଛି ଅଜବ ଦାବୀ । ଜଣେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ମିଳୁ ବୋଲି ସ୍ୱର ଉଠାଇଲେ ଚୀନବାସୀ

1,480

କନକ ବ୍ୟୁରୋ : ଚୀନରେ ବଢିବାରେ ଲାଗିଛି ଅବିବାହିତ ପୁରୁଷଙ୍କ ସଂଖ୍ୟା । ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ବେଶ ଅଧିକ ରହିଛି । ମିଳୁଥିବା ସୂଚନା ଅନୁସାରେ, ୨୦୫୦ ସୁଦ୍ଧା ଚୀନରେ ୩ କୋଟି ପୁରୁଷ ଅବିବାହିତ ହିଁ ରହିବାକୁ ବାଧ୍ୟ ହେବେ । ତେବେ ଏହିପରି ସମୟରେ ଜଣେ ପ୍ରଫେସର କ୍ରାନ୍ତିକାରୀ ସମାଧାନର ରାସ୍ତା ବାହାର କରିଛନ୍ତି । ତାଙ୍କ କହିବା ଅନୁସାରେ, ବର୍ତମାନ ସମୟରେ ମହିଳାଙ୍କୁ ୨ କିମ୍ବା ୨ ରୁ ଅଧିକ ପତୀ ରଖିବାର ଅଧିକାର ଦିଆଯାଉ ।

ସାମାଜିକ ସମସ୍ୟାକୁ ଦୃଷ୍ଟିରେ ରଖି କିଛିଦିନ ପାଇଁ ସରକାର ଏମିତି ନିଷ୍ପତ୍ତି ନେଲେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ଏବଂ କହିଛନ୍ତି ତାଙ୍କର କଥାକୁ ଯଦି ସରକାର ଗ୍ରହଣ କରନ୍ତି ତେବେ ଏ ସମସ୍ୟାର ନିହାତି ସମାଧାନ ହୋଇପାରିବା ସହ ଅବିବାହିତ ପୁରୁଷଙ୍କୁ ସ୍ତ୍ରୀ ବି ମିଳିପାରିବ । କାରଣ ଯେଉଁ ପରି ଭାବରେ ମହିଳାଙ୍କ ସଂଖ୍ୟା କମିବାରେ ଲାଗିଛି ଓ ପୁରୁଷଙ୍କ ସଂଖ୍ୟା ବଢିବାରେ ଲାଗିଛି କାଳବିଳମ୍ବ ନକରି ଯଥାଶୀଘ୍ର ଏପରି ନିଷ୍ପତ୍ତି ସରକାର ନେଲେ ହୁଏତ ସବୁ ଠିକ ହୋଇଯାଇପାରେ । ନଚେତ ଆଗକୁୁ ବାହାଘରରେ ଅନେକ ସମସ୍ୟା ଦେଖାଦେବ ।

ମହିଳା ଓ ପୁରୁଷଙ୍କ ଅନୁପାତରେ ଅନେକ ତାରତମ୍ୟ ହେଉଥିବାରୁ ଏପରି ସମସ୍ୟା ଉପୁଜିଛି । ତେବେ ଚିନର କିଛି ଆଗାଧାଡିର ବ୍ୟକ୍ତି ଏ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏପରି ସମସ୍ୟାକୁ ଏଡାଇବାକୁ ହେଲେ ଆମକୁ କିଛି କରିବାକୁ ହିଁ ପଡିବ । ପ୍ରଥମତଃ ବେଶ୍ୟା ବୃତ୍ତିକୁ ସରକାରୀ ଭାବରେ ଅନୁମତି ମିଳୁ ଏବଂ ପୁଣି ଥରେ ବହୁ ବିବାହ ପ୍ରଥା ସରକାର ଲାଗୁ କରନ୍ତୁ । କେବଳ ଏତିକି ନୁହେଁ ବରଂ ଆଇନ ଅନୁସାରେ, ୨ କିମ୍ବା ୨ରୁ ଅଧିକ ସ୍ୱାମୀ ରଖିବାକୁ ଅନୁମତି ମିଳୁ । ବର୍ତମାନ ସମୟରେ ଚୀନରେ କେବଳ ଥରେ ବିବାହ କରିବାକୁ ଆଇନ ଅନୁସାରେ ଅନୁମତି ମିଳିଛି । ଏହାସହ ତିଦ୍ଧତରେ ଏପରି ପ୍ରଥା ବହୁ ପୂର୍ବରୁ ପ୍ରଚଳିତ ରହିଛି ମୁଳରୁ ପତ୍ନୀ ନଥିବା ଅପେକ୍ଷା ଜଣେ ସ୍ତ୍ରୀ ଏକାଧିକ ଲୋକଙ୍କ ପତ୍ନୀ ହେବା ବହୁଗୁଣରେ ଭଲ ।