ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି । ବିଧାୟିକାଙ୍କ ଭାଇକୁ କାହିଁକି ତଦନ୍ତ କରାଯାଉନି ଉଠାଇଲା ପ୍ରଶ୍ନ ।

Advertisment
ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି । ବିଧାୟିକାଙ୍କ ଭାଇକୁ କାହିଁକି ତଦନ୍ତ କରାଯାଉନି ଉଠାଇଲା ପ୍ରଶ୍ନ ।

କନକ ବ୍ୟୁରୋ: ରାଜଧାନୀ ପାୱାର ହାଉସ ଛକ ଦୁର୍ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ବିଶାଳ ଶୋଭାଯାତ୍ରା କରିବା ସହ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ଦୁର୍ଘଟଣା ଦିନ ଗାଡି ଭିତରେ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ଥିବାର ପ୍ରମାଣ ରହିଛି ବୋଲି ଛାତ୍ର କଂଗ୍ରେସ କହିଛି । କିନ୍ତୁ ପୋଲିସ କାହିଁକି ତଦନ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି ।

ଦୁର୍ଘଟଣାସ୍ଥଳରୁ କମିଶନରେଟ ପୋଲିସର ଅଫିସ ୫୦ ମିଟର ଦୂରରେ ରହିଛି । ଏପରି ସ୍ଥିତିରେ ପୋଲିସ ସିସିଟିଭି ଫୁଟେଜ ଜାରି କରୁ ବୋଲି ଦାବି ହୋଇଛି । ରେଞ୍ଜ ରୋଭର ଗାଡି ଦୁର୍ଘଟଣାରେ ୨୪ ବର୍ଷୀୟ ଲୋପାମୁଦ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟତମ ଆହତ କାହ୍ନୁଚରଣ ଏବେ ଗୁରୁତର ଭାବେ ଚିକିତ୍ସାଧୀନ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe