କନକ ବ୍ୟୁରୋ: ରାଜଧାନୀ ପାୱାର ହାଉସ ଛକ ଦୁର୍ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ବିଶାଳ ଶୋଭାଯାତ୍ରା କରିବା ସହ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ଦୁର୍ଘଟଣା ଦିନ ଗାଡି ଭିତରେ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ଥିବାର ପ୍ରମାଣ ରହିଛି ବୋଲି ଛାତ୍ର କଂଗ୍ରେସ କହିଛି । କିନ୍ତୁ ପୋଲିସ କାହିଁକି ତଦନ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି ।
ଦୁର୍ଘଟଣାସ୍ଥଳରୁ କମିଶନରେଟ ପୋଲିସର ଅଫିସ ୫୦ ମିଟର ଦୂରରେ ରହିଛି । ଏପରି ସ୍ଥିତିରେ ପୋଲିସ ସିସିଟିଭି ଫୁଟେଜ ଜାରି କରୁ ବୋଲି ଦାବି ହୋଇଛି । ରେଞ୍ଜ ରୋଭର ଗାଡି ଦୁର୍ଘଟଣାରେ ୨୪ ବର୍ଷୀୟ ଲୋପାମୁଦ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟତମ ଆହତ କାହ୍ନୁଚରଣ ଏବେ ଗୁରୁତର ଭାବେ ଚିକିତ୍ସାଧୀନ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/27-5.jpg)