୧୩୨ଟି ଦେଶରେ ମାଡିଯିବା ପରେ ଚୀନକୁ ଅସ୍ତବ୍ୟସ୍ତ କଲାଣି କରୋନାର ଡେଲ୍ଟା ଭୂତାଣୁ । ୬ମାସ ପରେ ପ୍ରଥମ ଥର ପାଇଁ ପଜିଟିଭ ରିପୋର୍ଟ ପ୍ରକାଶ କଲା ବେଜିଂ । ଗୋଟିଏ ଦିନରେ ୨୦୦ ଆକ୍ରାନ୍ତ ।

Advertisment
୧୩୨ଟି ଦେଶରେ ମାଡିଯିବା ପରେ ଚୀନକୁ ଅସ୍ତବ୍ୟସ୍ତ କଲାଣି କରୋନାର ଡେଲ୍ଟା ଭୂତାଣୁ । ୬ମାସ ପରେ ପ୍ରଥମ ଥର ପାଇଁ ପଜିଟିଭ ରିପୋର୍ଟ ପ୍ରକାଶ କଲା ବେଜିଂ । ଗୋଟିଏ ଦିନରେ ୨୦୦ ଆକ୍ରାନ୍ତ ।

କନକ ବ୍ୟୁରୋ: ଚୀନରେ ଡେଲ୍ଟା ଭାରିଆଣ୍ଟ ଆତଙ୍କ । ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଭିନ୍ନ ପ୍ରକାର ଡେଲ୍ଟା ଏବେ ଚୀନରେ ବ୍ୟାପିଲାଣି । ଉତ୍ତର ଚୀନର ଅନେକ ସହରରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଜଣା ପଡଛି । ନାନଜିଙ୍ଗ୍ ଏୟାରପୋର୍ଟରେ ପ୍ରଥମେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି  ଆଉ ଏୟାରପୋର୍ଟ କର୍ମଚାରୀଙ୍କ ଠାରୁ ଏହା ଅନ୍ୟ ଲୋକଙ୍କ ମଧ୍ୟରେ ବ୍ୟାପିଥିବା ଜଣାପଡିଛି ।

ସହରରେ ଗତ ୨୪ ଘଣ୍ଟାରେ ୨୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୬ ମାସ ପରେ ପ୍ରଥମ ଥର ବେଜିଂ ସ୍ଥାନୀୟ ସଂକ୍ରମଣ ନେଇ ସୂଚନା ଦେଇଛି । ଯାହା ବର୍ତମାନ ସୁଦ୍ଧା ସବୁଠାରୁ ଅଧିକ । ସରକାର ଏନେଇ ଶକ୍ତ କଟକଣା ଜାରି କରିଛନ୍ତି । ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ଅଧିକ ସଂଖ୍ୟକ ଟେଷ୍ଟିଂ କରାଯାଉଛି । ସଂକ୍ରମିତ ଲୋକଙ୍କ ପାଇଁ କଡା କ୍ୱାରେଣ୍ଟିନ୍ ନିୟମ ରଖାଯାଇଛି । ଚୀନ ପ୍ରଶାସନ କହିଛି, ୧୮ ମାସ ତଳେ ଉହାନରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚୀନର ଦକ୍ଷିଣ ପ୍ରାନ୍ତରେ ଥିବା ଉହାନ ସହରରେ କରୋନା ମହାମାରୀ ଯେତେ ଭୟଙ୍କର ନଥିଲା ଡେଲ୍ଟା ଭାରିଆଣ୍ଟରେ ପରିସ୍ଥିତି ଆହୁରି ଖରାପ ହୋଇଥିବା ଚୀନ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe