ଦେବଗଡ ଜିଲ୍ଲାରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ । ଆକ୍ରାନ୍ତଙ୍କ ଟ୍ରାଭେଲ ହଷ୍ଟ୍ରି ଉପରେ ଚାଲିଛି ଅନୁଧ୍ୟାନ ।

290

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲା ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ଆକ୍ରାନ୍ତ ଜଣକ ହେଉଛନ୍ତି ଦେବଗଡ ଜିଲ୍ଲାର । ଏଯାଏଁ ରାଜ୍ୟରେ ଗୋଟିଏ ହିଁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ଟ୍ରାଭେଲ ହଷ୍ଟ୍ରି ଉପରେ ଏବେ ଅନୁଧ୍ୟାନ ଚାଲିଛି ।

ଦେଶରେ ଡେଲ୍ଟା ଭ୍ୟାରିଣ୍ଟର ସଂଖ୍ୟା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ୪୮ କେସ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।