ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ । ଦୁଇଟି ଡୋଜ୍ ଟୀକା ନେବା ପରେ ବି କରିପାରେ ସଂକ୍ରମଣ ।

540

କନକ ବ୍ୟୁରୋ : ଚିନ୍ତା ବଢାଇଲା ଡେଲ୍ଟା ଭାରିଆଂଟ । ଏମ୍ସ ଓ ନ୍ୟାସନାଲ ସେଂଟର ଫର ଡିଜିଜ୍ କଂଟ୍ରୋଲର ଭିନ୍ନଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିସିଲ୍ଡ ବା କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିଲେ ମଧ୍ୟ ଡେଲ୍ଟା ଭାରିଆଂଟ ଭୂତାଣୁ ସଂକ୍ରମଣ କରିପାରିବ । ତେବେ ଏହି ପରୀକ୍ଷଣର ଏଯାଏଁ ସମୀକ୍ଷା କରାଯାଇନାହିଁ ।

କରୋନାର ଦୁଇଟି ଟିକା ନେଇଥିଲେ ବି ହୋଇପାରେ ସଂକ୍ରମଣ । ଏମ୍ସ ଓ ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲର ଭିନ୍ନଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ କୋଭିସିଲ୍ଡ ବା କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିଲେ ମଧ୍ୟ ଡେଲ୍ଟା ଭାରିଆଂଟର ଭୂତାଣୁ ସଂକ୍ରମଣ କରିପାରିବ । ଗତବର୍ଷ ଅକ୍କୋବର ମାସରେ ଭାରତରେ ଦେଖାଯାଇଥିବା ଭୂତାଣୁକୁ ଡେଲ୍ଟା ନାମରେ ନାମିତ କରାଯାଇଛି ।

ଏମ୍ସର ପରୀକ୍ଷଣ ଅନୁଯାୟୀ ବ୍ରିଟେନରେ ଦେଖାଯାଇଥିବା ଆଲଫା ଭାରିଆଂଟଠାରୁ ପ୍ରାୟ ୪୦ ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ ଡେଲ୍ଟା ଭାରିଆଂଟ ଏବଂ ଭାରତରେ ଡେଲ୍ଟା ଭାରିଆଂଟ ଯୋଗୁଁ ଟିକା ନେଇଥିବା ଲୋକ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି । ବଡ କଥା ହେଉଛି କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିଲେ ମଧ୍ୟ ଡେଲ୍ଟା ଭାରିଆଂଟର ଭୂତାଣୁ ସଂକ୍ରମିତ କରୁଛି ଏବଂ ଏଥିପାଇଁ ଭାରତରେ ସଂକ୍ରମଣ ମାମଲା ବଢୁଛି । ପରୀକ୍ଷଣରେ ୬୩ଜଣ ରୋଗୀଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଟିକା ନେବା ପରେ ପ୍ରବଳ ଜ୍ୱର ଯୋଗୁଁ ଏମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

୬୩ ଜଣଙ୍କ ମଧ୍ୟରୁ ୫୩ଜଣ କୋଭାକ୍ସିନ ଟିକା ନେଇଥିବା ବେଳେ ଅନ୍ୟମାନେ କୋଭିସିଲ୍ଡ ଟିକା ନେଇଥିଲେ । ତେବେ ୩୬ଜଣ ଟିକାର ଦୁଇଟି ଯାକ ଡୋଜ ନେଇଥିଲେ । ଗୋଟିଏ ଡୋଜ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତ ସଂକ୍ରମିତ ଥିଲେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କୋଭିସିଲ୍ଡ ନେଇଥିବା ଅଧିକ ଲୋକ ଡେଲ୍ଟା ଭାରିଆଂଟ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।