ଭାରତରେ ପ୍ରଥମେ ଠାବ ହୋଇଥିବା ଅଭିନବ କରୋନାଭୂତାଣୁର ରୂପାନ୍ତରିତ ଡେଲ୍ଟା ପ୍ରଜାତି(ବି.୧.୬୧୭.୨) ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲ୍ଫା ପ୍ରଜାତି(ବି.୧.୧.୭) ଅପେକ୍ଷା ଅଧିକ ସଂକ୍ରମଣଶୀଳ ୟୁକେର ସ୍ବାସ୍ଥ୍ୟମନ୍ତ୍ରୀ ମାଟ୍ ହାଙ୍କକ୍ ରବିବାର ସତର୍କ କରାଇ ଦେଇଛନ୍ତି। ଏପରିକି ଦେଶରେ ଏହି ପ୍ରଜାତିର ସଂକ୍ରମଣରେ ସଦ୍ୟ ଦେଖାଦେଇଥିବା ଅହେତୁକ ବୃଦ୍ଧି ହିଁ ଆଗାମୀ ୨୧ ତାରିଖରେ ସରକାର କରିଥିବା ଅନ୍ଲକ୍ ଯୋଜନାରେ ପ୍ରଶ୍ନବାଚୀ ଲଗାଇଛି ।
ଏହି ପ୍ରଜାତି ଅଧିକ ୪୦ ପ୍ରତିଶତ ଅଧିକ କ୍ଷିପ୍ର ତଥା ସଂକ୍ରମଣକ୍ଷମ ହୋଇଥିବାରୁ ଏହା ବିରୋଧରେ କୋଭିଡ୍ ଟିକାର ଉଭୟ ମାତ୍ରା ହିଁ କିଛି ଫଳପ୍ରଦତା ଆଣିପାରିବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଅପରପକ୍ଷେ, ଏହି ପ୍ରଜାତି ଦ୍ବାରା ସଂକ୍ରମିତ ଅଧିକାଂଶ ନାଗରିକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଭିତରୁ କେହି କୋଭିଡ୍ ଟିକାର କୌଣସି ମାତ୍ରା ବି ନେଇନଥିବା ଚିନ୍ତାର ବିଷୟ ହୋଇଛି ବୋଲି ହାଙ୍କକ୍ କହିଛନ୍ତି। ଗତ ଶୁକ୍ରବାର ଦେଶରେ ଏହି ପ୍ରଜାତିର ସଂକ୍ରମଣ ଯୋଗୁଁ ୬,୨୩୮ ଜଣ ନୂଆ କୋଭିଡ ପୀଡ଼ିତ ଠାବ ହୋଇଛନ୍ତି। ଏହି ଘାତକ ଡେଲ୍ଟା ପ୍ରଜାତି ଯୋଗୁଁ ଦେଶରେ ସକ୍ରିୟ ମାମଲା ପୁଣି ବଢ଼ି ବଢ଼ି ଚାଲିଥିବାରୁ ତାହାକୁ ରୋକିବା ଲାଗି ବିଶେଷ କରି ବେଶି ସଂକ୍ରମଣପ୍ରବଣ ଥିବା ୫୦ ବର୍ଷରୁ ଅଧିକ ବୟସ୍କମାନେ ସେମାନଙ୍କର ଦ୍ବିତୀୟ ମାତ୍ରା କୋଭିଡ୍ ଟିକା ନେଇଯିବାକୁ ସରକାର ପରାମର୍ଶ ଦେଇଛନ୍ତି। ଦେଶରେ ଯଦିଓ ଅଧିକାଂଶ ନାଗରିକଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି, ତେବେ ଏହି ଡେଲ୍ଟା ପ୍ରଜାତିର ସଂକ୍ରମଣ ନୂଆ ଆହ୍ବାନ ଆଣିଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/delta_variant_8.jpg)