ରାଜ୍ୟରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା । କଲ୍ୟାଣସିଂପୁରରେ ରାସ୍ତାକଡରେ ଲୁଗା ଘେରାଇ ପ୍ରସବ କରାଇଲେ ମହିଳା

Advertisment
ରାଜ୍ୟରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା । କଲ୍ୟାଣସିଂପୁରରେ ରାସ୍ତାକଡରେ ଲୁଗା ଘେରାଇ ପ୍ରସବ କରାଇଲେ ମହିଳା

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଘଟଣା ଦେଖିବାକୁ ମିଳୁଛି । ଥମୁନି ଜନଜୀ ଯନ୍ତ୍ରଣାର ଦୁଃଖ । ପୁଣି ସାମ୍ନାକୁ ଆସିଲା ରାୟଗଡା ଜିଲ୍ଲା କଲ୍ୟାଣସିଂପୁରରେ ଜନନୀ ଯନ୍ତ୍ରଣାର ଚିତ୍ର । ଖୋଲା ଆକାଶ ତଳେ, ରାସ୍ତା କଡରେ ପ୍ରସବ କଲେ ମହିଳା । ଡେଲିଭରି ଅନ୍ ରୋଡ । ସୁନାଖଣ୍ଡି ପଂଚାୟତ ପଲ୍ଲୀଗାଁର ଅଭିମନ୍ୟୁ ବଚ୍ଚାଙ୍କ ପତ୍ନୀ ଇନ୍ଦୁବତୀ ଗର୍ଭ ଯନ୍ତ୍ରଣା ହେବାରୁ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ହେଲେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିଲେ ଡାକ୍ତର । ପାଖରେ ଟଙ୍କା ନଥିବାରୁ ଓ ବିଜେଡି ହରତାଳ ଯୋଗୁଁ ପରଦିନ ରାୟଗଡା ଯିବାକୁ ସ୍ଥିର କରି ସ୍ୱାମୀ ଓ ଆଶାକର୍ମୀଙ୍କ ସହ ଅଟୋରେ ଘରକୁ ଫେରୁଥିଲେ ଇନ୍ଦୁବତୀ । ହେଲେ ରାସ୍ତାରେ ପ୍ରସବ ବେଦନା ବଢିଯାଇଥିଲା ।

ଶେଷରେ ଅଧବାଟରେ କସିଗୁଡା ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଇନ୍ଦୁବତୀ । ରାସ୍ତାକଡରେ କିଛି ମହିଳା ତାଙ୍କୁ ଶାଢି ଘେରାଇ ରଖିଥିବାବେଳେ ଖୋଲା ଆକାଶ ତଳେ ରାସ୍ତା କଡରେ ଶିଶୁକନ୍ୟାକୁ ପ୍ରସବ କରିଥିଲେ ଇନ୍ଦୁବତୀ । ଏହି ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିବା ପରେ ସେମାନଙ୍କ ସହାୟତାରେ ଇନ୍ଦୁବତୀଙ୍କୁ ପୁଣି କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ମାଆ ସୁସ୍ଥ ଥିଲେ ମଧ୍ୟ ଶିଶୁଟିର ଓଜନ କମ ରହିଥିବାରୁ ମାଆ ଓ ଶିଶୁକୁ ଡାକ୍ତର ପୁଣି ରାୟଗଡା ପଠାଇ ଦେଇଥିଲେ ।

ପ୍ରସବ ସମୟ ପାଖେଇ ଆସିଥିଲେ ମଧ୍ୟ ଡାକ୍ତର ତାଙ୍କୁ କାହିଁକି ରାୟଗଡା ପଠାଇଦେଲେ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ କହିଛନ୍ତି ଯେ, ଏଠାରେ ସୁରକ୍ଷିତ ପ୍ରସବ ପାଇଁ ଆବଶ୍ୟକ ସୁବିଧା ନଥିବାରୁ ସେ ତାଙ୍କୁ ରାୟଗଡା ରେଫର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe