୨୦୨୪ ଲୋକସଭା ନିର୍ବାଚନ ପରେ ହେବ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ : ଲୋକସଭାରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ପଷ୍ଟୋକ୍ତି

116

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ । କଂଗ୍ରେସ ସାଂସଦମାନେ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରୟାସ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ତୁରନ୍ତ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାଣଣ ପ୍ରକ୍ରିୟା ଆରମ୍ଭ କରାଯିବ ।

ସୁପ୍ରିମକୋର୍ଟର ଜଣେ ବିଚାରପତି, ନିର୍ବାଚନ କମିସନଙ୍କ ଜଣେ ପ୍ରତିନିଧି ଓ ପ୍ରତ୍ୟେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ସୀମା ନିର୍ଦ୍ଧାରଣ କମିସନରେ ସାମିଲ ହେବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ମହିଳା ସଂରକ୍ଷଣ ବିଧେୟକ ଦେଶରେ ନିଷ୍ପତ୍ତି ଗ୍ରହଣ ଏବଂ ନୀତି ନିର୍ଦ୍ଧାରଣରେ ମହିଳାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବ । ଏହାଦ୍ୱାରା ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ । ମଙ୍ଗଳବାର ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଥିଲା । ଯାହା ଗତକାଲି ପାରିତ ହୋଇଛି ।