କନକ ବ୍ୟୁରୋ: ଦୀପାବଳିରେ ଫୁଟିଲା ବାଣ, ବଢ଼ିଲା ଦିଲ୍ଲୀର ପ୍ରଦୂଷଣ ସମସ୍ୟା । ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ସତ୍ୱେ ରାଜଧାନୀରେ ଫୁଟିଛି ବାଣ । ରବିବାର ଉତ୍ସବ ପାଳନ ଦିଲ୍ଲୀ ପାଇଁ କାଳ ସାଜିଛି । ବାୟୁର ଗୁଣବତା ଆହୁରି ଅଧିକ ବିଗିଡିବାରେ ଲାଗିଛି । ଏକ ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ବାଣ ଫୁଟାଇବା, ବାଣ ବିକ୍ରି ଉପରେ କଟକଣା ଲଗାଇଥିଲେ ।
ଯେଉଁଠି ନଜର ପଡୁଛି ସେଠି କେବଳ ଫୁଟାବାଣ ପଡିି ରହିଛି । ରାସ୍ତାଘାଟ ସବୁଠି ମାଳ ମାଳ ଫୁଟାବାଣ । ରବିବାର ଦୀପାବଳି ପାଳିବା ପରେ ଇଏ ହେଉଛି ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ସୋମବାର ଦୃଶ୍ୟ । ଚାରିଆଡ ପ୍ରଦୂଷିତ, ସବୁଠି ଖାଲି ଫୁଟାବାଣ ପଡି ରହିଛି । ଆଉ ଇଏ ହେଉଛି ରାଜଧାନୀ ଦିଲ୍ଲୀର ଦିବାଲୋକର ଦୃଶ୍ୟ । ବାୟୁ ପ୍ରଦୂଷଣ ଯୋଗୁଁ ଛଟପଟ ହେଉଥିବା ଦିଲ୍ଲୀର ଅବସ୍ଥା ଦିପାବଳୀ ପରେ ସଂଗୀନ ହୋଇଛି । ନଜର ଯେଉଁଠି ପଡୁଛି ସେଠି କେବଳ ଧୂଆଁ, ଘନକୁହୁଡି ଓ ପ୍ରଦୂଷଣ ଦେଖିବାକୁ ମିଳୁଛି । ଦେଶର ରାଜଧାନୀ ପ୍ରଦୂଷଣରେ ଅଣନିଶ୍ୱାସୀ ହୋଇ ସତେ ଯେମିତି କହୁଛି ତ୍ରାହି ତ୍ରାହି ।
ଏକ ପିଟିସନ ଉପରେ ଶୁଣାଣୀ କରି ନିକଟରେ ସୁପ୍ରିମକୋର୍ଟ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦୀପାବଳିରେ ବାଣଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଥିଲେ । ତେବେ ପାର୍ବଣରେ ନିର୍ଦ୍ଦେଶକୁ ବେଖାତିର କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଫୁଟିଥିଲା ବାଣ । ଯାହାଫଳରେ ବାୟୁ ଅଧିକ ବିଷାକ୍ତ ହୋଇଛି । ଅନ୍ୟପଟେ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ଦିଲ୍ଲୀର ପରିସ୍ଥିତି ପାଇଁ ବିଜେପି ଓ ଦିଲ୍ଲୀ ସରକାରଙ୍କ ଭିତରେ ଚାଲିଛି ଆରୋପପ୍ରତ୍ୟାରୋପ ।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶୀତ ଆସୁଆସୁ ଦିଲ୍ଲୀ ପାଇଁ କାଳା ସାଜିଛି ବାୟୁ ପ୍ରଦୂଷଣ । ରାଜଧାନୀର ବାୟୁଗଣବତା ଦିନକୁ ଦିନ ବିଗିଡିବାରେ ଲାଗଛି । ପ୍ରଦୂଷଣ ଗ୍ରାଫ ଉପରମୁହାଁ ହୋଇଥିବାବେଳେ କେବଳ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇନି ବଂର ଏନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।