କନକ ବ୍ୟୁରୋ : ବୁଧବାର ଦିଲ୍ଲୀ ଦ ଇଣ୍ଡିଆନ ସ୍କୁଲରେ ସେତେବେଳେ କୋକୁଆ ଭୟ ଖେଳିଯାଇଥିଲା ଯେତେବେଳେ ସ୍କୁଲ ଅଫିସିଆଲ ମେଲ ଆଇଡିରେ ଆସିିଥିଲା ବିସ୍ଫୋରଣ ପାଇଁ ଧମକ । ସବୁଦିନ ପରି ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠ ପଡୁଥିବାବେଳେ ହଠାତ ବିସ୍ଫୋରଣ ଧମକ ଶୁଣି ବେଶ ଭୟଭୀତ ହୋଇପଡିଥିଲେ । ସ୍କୁଲରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାହାର କରାଯିବା ପରେ ବମ ସ୍ୱାର୍ଡକୁ ସୂଚନା ଦିଆଯାଇଥିଲା । ଖବର ପାଇ ସ୍କୁଲ ବାହାରେ ଅଭିଭାବକଙ୍କ ପ୍ରବଳ ଗହଳି ଜମିବା ସହ ସେମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Advertisment

ଯେଉଁ ସ୍ଥାନରେ ଏହି ସ୍କୁଲ ରହିଛି ଏହା ଏକ ଡିଫେନ୍ସ ଅଂଚଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବମ ସ୍କ୍ୱାର୍ଡ ପହଁଚି ଛାନିଭିନ କରୁଛି । ଦିଲ୍ଲୀ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁଠୁ ଆସିଛି ଧମକପୂର୍ଣ୍ଣ ଇମେଲ, ଏହା ପଛରେ କଣ କାରଣ ରହିଛି?କିଏ କିଏ ସମ୍ପୃକ୍ତ ଅଛନ୍ତି ସେସବୁର ଛାନଭିନ କରୁଛି ଦିଲ୍ଲୀ ପୁଲିସ ।

ଇଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକବାର ଏଭଳି ଧମକ ମିଳିଛି ଦିଲ୍ଲୀର ବିଭିନ୍ନ ସ୍କୁଲ । ୨୦୨୨ରେ ଦିଲ୍ଲୀର ୩ଟି ଘରୋଇ ଓ ଏକ ସରକାରୀ ସ୍କୁଲକୁ ସମାନ ଢଙ୍ଗରେ ଧମକ ଆସିଥିଲା ।