କନକ ବ୍ୟୁରୋ : ଦିଲ୍ଲୀର କଞ୍ଝାୱାଲା ଘଟଣା କାହା ମନରୁ ଲିଭିନଥିବା ବେଳେ ଏବେ ରାଜଧାନୀରେ ହିଟ୍ ଆଣ୍ଡ ରନର ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଜଣେ ଯୁବକଙ୍କୁ କାର ଧକ୍କା ଦେଇ ପାଖାପାଖି ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯାହାର ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ । ଦିଲ୍ଲୀର ରାଜୌରୀ ଗାର୍ଡେନରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

Advertisment

ମିଳିଥିବା ସୂଚନା ମୁତାବକ, ରାଜୌରୀ ଗାର୍ଡେନ ଅଞ୍ଚଳରେ ହର୍ଣ୍ଣ ବଜାଇବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ସମୟରେ କାରରେ ଥିବା ଯୁବକ ଅନ୍ୟ ବ୍ୟକ୍ତିଙ୍କୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ବନେଟ ଉପରେ ଘୋଷାଡି ନେଇଥିଲେ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ କାର ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଏହାପୂର୍ବରୁ ଦିଲ୍ଲୀର କଞ୍ଝାୱାଲାରେ ଜାନୁଆରୀ ପହିଲାରେ ହୋଇଥିବା ହିଟ୍ ଆଣ୍ଡ ରନ୍ କେସ ପୂରା ଦେଶକୁ ଦୋହଲାଇ ଦେଇଥିଲା । ରାତି ଅଧରେ କାର ଧକ୍କା ଦେବା ସହ ଦିଲ୍ଲୀର ଅଙ୍କିତାଙ୍କୁ ପାଖାପାଖି ୧୦ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ଆଉ କାର ଚକା ତଳେ ଘୋଷାଡି ହୋଇ ହୋଇ ଯୁବତୀଙ୍କ ଜୀବନ ଚାଲି ଯାଇଥିଲା । ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।