ଦିଲ୍ଲୀ ଆଇଆଇଟିର ପୂର୍ବତନ ପ୍ରଫେସରଙ୍କ ଦୟନୀୟ ସ୍ଥତି ! ନାହିଁ ନାହିଁରେ ଚାଲିଛି ଜୀବନ, ଗୋଟିଏ ସାଇକେଲ ଓ ୩ଟି କୁର୍ତ୍ତା ଛଡା ପାଖରେ ଆଉ କିଛି ନାହିଁ

32

କନକ ବ୍ୟୁରୋ : ସମୟ ଯେ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଏ ତାହା କେହି କହି ପାରିବେ ନାହିଁ । ଦେଶର ଏବଂ ଦେଶ ବାହାରେ ବଡ଼ ବଡ଼ କଲେଜରେ ପଢ଼ିଥିବା ବ୍ୟକ୍ତି ଆଜି ଏଭଳି ଅବସ୍ଥାରେ ବଞ୍ଚୁଥିବ ତା’ହା ବୋଧହୁଏ କେହି ବିଶ୍ୱାସ କରି ପାରିବେ ନାହଁ । ଆଜି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଭାରତର ଅନେକ ପ୍ରମୁଖ ବ୍ୟକ୍ତିମାନଙ୍କୁ ପଢ଼ାଇ ସାରିଛନ୍ତି । ଜୀବନରେ ତାଙ୍କୁ ସବୁକିଛି ମିଳିବା ପରେ ମଧ୍ୟ ସେ ସବୁ କିଛି ଛାଡ଼ି ଲୋକମାନଙ୍କ ସେବା କରିବେ ବୋଲି ନିଷ୍ପତ୍ତି କରିଥିଲେ । ଏଥିପାଇଁ ସେ ନିଜର ବିଳାସପୂର୍ଣ୍ଣ ଜୀବନ ଛାଡ଼ି ମଧ୍ୟପ୍ରଦେଶର ବେତୁଲ ସହର ନିକଟସ୍ଥ ଭୌରା ଗ୍ରାମରେ ଆସି ରହିବାକୁ ଆରମ୍ଭ କରିଥିଲେ । ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିବା ପ୍ରଫେସର ଆଲୋକ ସାଗରଙ୍କ ପାଖରେ ଆଜି ସମ୍ପତ୍ତି ଆକାରରେ ରହିଛି ମାତ୍ର ୩ଟି କୁର୍ତ୍ତା ଏବଂ ଗୋଟେ ସାଇକେଲ ।

 

ସୂଚନା ମୁତାବକ, ଜାନୁଆରୀ ୨୦,୧୯୫୦ରେ ଦିଲ୍ଲୀରେ ଜନ୍ମ ନେଇଥିଲେ ପ୍ରଫେସର ଆଲୋକ ସାଗର । ଆଇଆଇଟି ଦିଲ୍ଲୀରୁ ସେ ଇଲେକ୍ଟ୍ରିକାଲରେ ଇଞ୍ଜିନିୟରିଂ କରିବା ପରେ ଆମେରିକା ଯାଇଥିଲେ । ସେଠାରେ ସେ ହଷ୍ଟନ ବିଶ୍ୱବିଦ୍ୟାଳୟରେ ଗବେଷଣା କରିଥିଲେ । ୧୯୮୦-୮୧ମଧ୍ୟରେ ସେ ଦିଲ୍ଲୀ ଆସି ଆଇଆଇଟି ଦିଲ୍ଲୀରେ ପ୍ରଫେସର ଭାବରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ଏଥିରେ ସନ୍ତୁଷ୍ଟି ନ ମିଳିବାରୁ ସେ ଚାକିରି ଛାଡ଼ି ଦେଇଥିଲେ । ୧୯୯୦ରେ ସେ ଭୌରା ଗ୍ରାମକୁ ବୁଲି ଯାଇଥିବା ବେଳେ ଲୋକମାନଙ୍କ ଅବସ୍ଥା ଦେଖି ତାଙ୍କର ଉନ୍ନତି କରିବା ସହ ସେମାନଙ୍କୁ ଶିକ୍ଷିତ କରିବେ ବୋଲି ମନସ୍ଥ କରିଥିଲେ । ଯେଉଁଥି ପାଇଁ ସେ ସବୁ କିଛି ଛାଡ଼ି ଆସି ଭୌରା ଗ୍ରାମରେ ରହିବାକୁ ଲାଗିଥିଲେ । ଏଠାରେ ଆଦିବାସୀଙ୍କ ସହ ରହି ରହି ସେ ୫୦ ହଜାରରୁ ଅଧିକ ଗଛ ଲଗାଇ ସାରିଥିବା ବେଳେ ଆଦିବାସୀଙ୍କ ଭଳି ଜୀବନ ମଧ୍ୟ ଯାପନ କରୁଥିବା ଦେଖା ଯାଇଛି ।