ମଡେଲଙ୍କ ଚୁଟିକୁ ଭୁଲ ତରିକାରେ କାଟିବା ପଡିଲା ମହଙ୍ଗା, ସେଲୁନ ବାଲା ଉପରେ ଲାଗିଲା ୨ କୋଟିର ଜରିମାନା

292

କନକ ବ୍ୟୁରୋ : ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗ (ଏନସିଡିଆରସି) ଦିଲ୍ଲୀର ଏକ ସେଲୁନ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜଣେ ମହିଳା ମଡେଲଙ୍କ ଚୁଟି ଭୁଲ ତରିକାରେ କାଟିବା ଅପରାଧରେ ଏଭଳି ଜରିମାନା ଲଗାଇଛି ବିଭାଗ । ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ସେଲୁନ ବାଲା ତାଙ୍କ ଚୁଟିକୁ ଭୁଲ ତରିକାରେ କାଟିବା ସହ ଏମିତି ଏକ ଭୂଲ ଟ୍ର୍ରିଟମେଣ୍ଟ କରିଛନ୍ତି କି ଯାହାକୁ ସେ ଆଜୀବନ ସମାଧାନ କରିପାରିବେ ନାହିଁ ।

ଜାତୀୟ ଗଣମାଧ୍ୟମର ସୂଚନା ମୂୁତାବକ ଏହି ସେଲୁନଟି ଦିଲ୍ଲୀର ଏକ ହୋଟେଲ ପରିସରରେ ରହିଛି । ୨୦୧୮ ମେ’ ମାସରେ ଏଠାକୁ ଆସନା ରାୟ ନାମକ ଜଣେ ମହିଳା ମଡେଲ ଚୁଟିର ଉପଚାର କରିବାକୁ ଯାଇଥିଲେ    । ମଡେଲ ଜଣକ ହେୟାର ପ୍ରଡକ୍ଟର ମଡେଲ ଥିଲେ ଓ ସେ ଅନେକ ବଡ ବଡ ବ୍ରାଣ୍ଡର ହେୟାର ପ୍ରଡକ୍ଟ ପାଇଁ କାମ ବି କରିଛନ୍ତି । ମାତ୍ର ସେଲୁନରେ ଚୁଟିର ଉପଚାର କରିବା ବେଳେ ସେ ଯେଉଁ ଭଳି କରିବାକୁ କହିଥିଲେ ସେଲୁନ ବାଲା ତାର ଓଲଟା କରିଦେଇଥିଲା । ଫଳରେ ତାଙ୍କ ଚୁଟି ଏଭଳି ହୋଇଯାଇଥିଲା ଯେ ତାଙ୍କୁ ଆଉ କାମ ମିଳି ନଥିଲା । ଏହାଦ୍ୱାରା ତାଙ୍କର ଆର୍ଥକ କ୍ଷତି ହେବା ସହ ତାଙ୍କୁ ଆଉ କୌଣସି କମ୍ପାନୀ କାମ ଦେଇନଥିଲେ ଓ ସେ ଜଣେ ବଡ ମଡେଲ ହେବାକୁ ଦେଖିଥିବା ସ୍ୱପ୍ନ ପାଣିରେ ମିଳାଇଯାଇଥିଲା ।

ଏନେଇ ମଡେଲ ଜଣଙ୍କ ଯେତେବେଳେ ସେଲୁନର ମ୍ୟାନେଜରଙ୍କ  ନିକଟକରେ ଅଭିଯୋଗ କରିଥିଲେ ମ୍ୟାନେଜର ପୁଣିଥରେ ନିଶ୍ଳୁକ ହେୟାର ଟ୍ରିଟମେଣ୍ଟ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ଏନେଇ ମହିଳା ମଡେଲ ଜଣଙ୍କ ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ଉପଭୋକ୍ତା ଫୋରମ୍ ସେଲୁନ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ।