ଆଇପିଏଲ ଟକ୍କର: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା 

78

କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଆସିବ କୋଲକାତା ନାଇଟ ରାଇଡର । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।

ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ସେଥିରୁ ଦିଲ୍ଲୀ ୪ଟିରୁ ବିଜୟୀ ହୋଇଛି ଆଉ ୨ଟିରେ ପରାସ୍ତ ହୋଇଛି । ସେହିପରି କୋଲକାତା ୨ଟିରେ ବିଜୟୀ ଓ ୪ଟିରେ ପରାଜୟ ହୋଇଛି । ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ ।