ଆଇପିଏଲ ଲଢେଇ : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ

105

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ବିଜୟ ହାସଲ କରି ଚତୁର୍ଥ ସ୍ଥାନକୁ ଯିବାକୁ ପ୍ରୟାସ କରିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୧୧ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ ୭ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୪ଟି ବିଜୟ ଓ ୭ଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଛି । ଯଦି ହାଇଦ୍ରାବାଦ ଆଜିର ମୟାଚ ହାରିଯାଏ ତେବେ ପ୍ଲେଅଫ ଦୈଡରୁ ବାଦ ପଡିବ । ଅନ୍ୟପକ୍ଷରେ ଦିଲ୍ଲୀ ନିଜ ସ୍ଥାନ ପ୍ଲେଅଫରେ ଏକ ପ୍ରକାର ନିଶ୍ଚିତ କରିସାରିଛି ।

ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଦିଲ୍ଲୀରେ ଶିଖର ଧୱନ, ପୃଥୀ ଶ, ରିଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି ।