ଆଇପିଏଲ ଲଢେଇ : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର

230

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ବାଙ୍ଗାଲୋର ଦଳ । ଦିଲ୍ଲୀ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହୋଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏଁ ମ୍ୟାଚ ଖେଳି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବାଙ୍ଗାଲୋର ୭ଟି ବିଜୟ ଓ ୬ଟି ପରାଜୟ ସହ ଦ୍ୱିତୀୟରେ ରହିଥିବା ବେଳେ ଦିଲ୍ଲୀ ୭ଟି ବିଜୟ ଓ ୬ଟି ପରାଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେଣୁ ଆଜିର ମୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସ, ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ପୃଥୀ ଶ ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି ।