କନକ ବ୍ୟୁରୋ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ବୁଧବାର ଏକ ଲୋ-ସ୍କୋରିଂ ମ୍ୟାଚରେ ଏହି ବିଜୟ ସହ ଟେବୁଲ ଟପ୍ପର ହୋଇଛି ଦିଲ୍ଲୀ । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପାଇଁ ରିଦ୍ଧିମାନ ଶାହା ଓ ଡେଭିଡ୍ ୱାର୍ଣ୍ଣର ଓପନିଂ କରିବାକୁ ଓହ୍ଲାଇଥିଲେ । ହେଲେ ଦଳ ପ୍ରଥମରୁ ହିଁ ୱାର୍ଣ୍ଣରଙ୍କ ୱିକେଟ୍ ହରାଇଥିଲା । ଏହାପରେ କେନ୍ ଓ ଶାହ ପାର୍ଟନରସିପ୍ ଗଢୁଥିଲେ ମଧ୍ୟ ଏହାକୁ ଆଗକୁ ନେଇପାରିନଥିଲେ ।
ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । @IPL#DCvsSRH#KanakNewspic.twitter.com/7IeirNsRgp
— Kanak News (@kanak_news) September 22, 2021
ଏହାପରେ ଲଗାତାର ହାଇଦ୍ରାବାଦର ବ୍ୟାଟ୍ସମ୍ୟାନମାନେ ପ୍ୟାଲିୟନ ମୁହାଁ ହୋଇଥିଲେ । ଶେଷ ଆଡକୁ ରସିଦ ଖାନ କିଛି ଦର୍ଶନୀୟ ସର୍ଟ ଖେଳିବାରୁ ଦଳର ସ୍କୋର ଆଗକୁ ବଢିଥିଲା । ସେହିପରି ଅବଦୁଲ ସାମଦ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିବା ସହିତ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ତେବେ ଦିଲ୍ଲୀ ବୋଲରମାନେ ଦମଦାର ବୋଲିଂ କରିଥିଲେ । ଦ୍ରୁତ ବୋଲର କାଗିସୋ ରାବାଡା ୩ଟି ସଫଳତା ପାଇଥିବାବେଳେ, ଅକ୍ଷର ପଟେଲ ଓ ନୋର୍ଟଜେ ୨ଟି ଲେଖାଏଁ ସଫଳତା ପାଇଥିଲେ ।
ଏହାପରେ ୧୩୫ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଯାହାକୁ ଦଳ ମାତ୍ର ୨ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂଗ୍ରହ କରିନେଇଥିଲା । ଶିଖର ଧାୱନ୍ ୪୨ ରନ୍ ଓ ଶ୍ରେୟାସ ଆୟାର ୪୭ ରନ୍ କରିଥିଲେ । ତା ସହିତ ପନ୍ତ ମଧ୍ୟ ୩୫ ରନର ଧୂଆଁଧାର ଇଂନିସ ଖେଳିଥିଲେ ।