ମୋଦି ପୁରା କଲେ ମହିଳାଙ୍କ ଇଛା ! ମାଗିବାର ପରଦିନ ହିଁ ଘରେ ପହଂଚାଇଲେ ଷ୍ଟୋଲ୍

58

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା କେବଳ ନିଜର ବକ୍ତବ୍ୟ ବରଂ ନିଆରା ଅନ୍ଦାଜ ପାଇଁ ମଧ୍ୟ ପ୍ରସିଦ୍ଧ । ଅନେକ ସମୟରେ ମୋଦିଙ୍କୁ ଲୋକମାନଙ୍କ ସହ ସେଲଫି ନେବାର ମଧ୍ୟ ଦେଖାଯାଇଛି । ହେଲେ ଏବେ ମୋଦି ନିଜର ଭାଷଣ ପାଇଁ ନୁହେଁ ଜଣେ ମହିଳାଙ୍କ ଇଚ୍ଛା ପୁରଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦିଲ୍ଲୀର ଶିଳ୍ପୀ ନାମକ ଏହି ଯୁବତୀଙ୍କ ଇଛାକୁ ସମ୍ମାନ ଦେଇ ମୋଦି ନିଜର ଏକ ଷ୍ଟୋଲ୍ ତାଙ୍କୁ ଉପହାର ଦେଇଛନ୍ତି ।

modi1_1488174301ଶୁକ୍ରବାର କୋଏମ୍ବାଟୁରରେ ଶିବଙ୍କ ୧୧୨ଫୁଟର ବିଶାଳ ପ୍ରତିମୂର୍ତ୍ତ ଉଦଘାଟନ କରିବା ବେଳେ ମୋଦି ନୀଳ ରଙ୍ଗର ଏହି ଷ୍ଟୋଲକୁ ନିଜ ବେକରେ ପକାଇଥିଲେ । ଶିବଙ୍କ ପ୍ରତିଛବି ଥିବା ଏହି ଷ୍ଟୋଲକୁ ଦେଖିବା ପରେ ଏହାକୁ ପାଇବା ପାଇଁ ଶିଳ୍ପୀ ଟ୍ୱିଟ୍ ଜରିଆରେ ଇଚ୍ଛା ଜାହିର୍ କରିଥିଲେ । ସେ ଲେଖିଥିଲେ ‘ ମତେ ନରେନ୍ଦ୍ର ମୋଦିଙ୍କ ଏହି ଷ୍ଟୋଲଟି ଦରକାର’ । ବାସ୍ , ଟୁଇଟ୍ କରିବାର ପରଦିନ ହିଁ ମୋଦିଙ୍କ ହସ୍ତାକ୍ଷର ସହ ଏହି ଷ୍ଟୋଲଟି ଶିଳ୍ପୀଙ୍କ ଘରେ ପହଂଚିଯାଇଥିଲା ।