ଦମ ଦେଖାଇଲା ଦିଲ୍ଲୀ: ୪ ୱିକେଟରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ଦେଲା ମାତ୍

144

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ ଟିମ । ଏହି ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ୪ ୱିକେଟରେ ମାତ ଦେଇଛି ଦିଲ୍ଲୀ । ଏହି ବିଜୟ ସହ ଦିଲ୍ଲୀ ଫ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିସାରିଛି । ସେହିପରି ପରାଜୟ ସହ ମୁମ୍ବାଇର ପ୍ଲେ ଅଫ ଆଶା ମଉଳି ଯାଇଛି ।

ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୬ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ପାଳି ଆରମ୍ଭ କରିଥିବା ମୁମ୍ବାଇକୁ ଆଜି ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିବାକୁ ପଡିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ଟି ୱିକେଟ୍ ହରାଇ ୧୨୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅଭେସ ଖାନ ଦମଦାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୧୫ ରନ୍ ଦେଇ ୩ଟି ମୂଲ୍ୟବାନ୍ ୱିକେଟ୍ ଅକ୍ତିଆର କରିଛନ୍ତି ।