ଦିଲ୍ଲୀ ହିିଂସା : କୋର୍ଟରେ ଆତ୍ମସମର୍ପଣ କଲେ ତାହିର୍ ହୁସେନ୍ , ଘରର ଛାତ ଉପରୁ ମିଳିଥିଲା ପେଟ୍ରୋଲ୍ ବମ୍ ଏବଂ ପଥର ।

ଦିଲ୍ଲୀ ହିିଂସା : କୋର୍ଟରେ ଆତ୍ମସମର୍ପଣ କଲେ ତାହିର୍ ହୁସେନ୍ , ଘରର ଛାତ ଉପରୁ ମିଳିଥିଲା ପେଟ୍ରୋଲ୍ ବମ୍ ଏବଂ ପଥର ।

ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକୁ ଉସକାଇବାରେ ପୂର୍ବତନ ଆପ୍ ନେତା ତାହିର୍ ହୁସେନଙ୍କ ହାତ ଥିବା ନେଇ ଅନେକ ବାଦବିବାଦ ଭିତରେ ଏବେ ତାହିର୍ ଆତ୍ମସମର୍ପଣ କରିଛନ୍ତି । ଦିଲ୍ଲୀ ହିଂସା ସହ ତିନୋଟି ମାମଲାରେ ଜଡିତ ଥିବା ଅଭିଯୁକ୍ତ ତାହିର୍ ହୁସେନ୍ ରାଉଜ ଏବେନ୍ୟୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତାହିରଙ୍କୁ ଗିରଫ କରିବା ପାଇଁ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସର ଏସଆଇଟି ଟିମ୍ ପହଁଚିଥିଲା । କିନ୍ତୁ ପ୍ରଥମେ ଖାଲି ହାତରେ ଫେରିଥିଲା ଟିମ୍ । ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତ ତାହିର୍ ହୁସେନଙ୍କୁ ରିମାଣ୍ଡରେ ନେବା ପାଇଁ ଅପିଲ୍ କରିଛି ।

publive-image

ଆପଣଙ୍କୁ କହିରଖୁଛୁୁ ଦିଲ୍ଲୀ ହିଂସା ପରେ ତାଙ୍କ ଘରୁ କିଛି ଫଟୋ ସନ୍ଦେହ ଘେରକୁ ଆସିଥିଲା । ତାହିରଙ୍କ ଘରର ଛାତ ଉପରୁ ପେଟ୍ରୋଲ୍ ବୋମା , ବନ୍ଧୁକ ଏବଂ ଟ୍ରେରେ ଭର୍ତ୍ତି ଥିବା ପଥର ଜବତ କରାଯାଇଥିଲା । ଆଇବି ଷ୍ଟାଫ୍ ଅଙ୍କିତ୍ ଶର୍ମାଙ୍କ ହତ୍ୟା ପଛରେ ଏହି ଛାତଉପରୁ ପେଟ୍ରୋଲ୍ ବୋମା ଫୋପଡା ଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe