୪ ଦିନର ତାଣ୍ଡବ ପରେ ଥମିଛି ଦିଲ୍ଲୀ ହିଂସା । କିନ୍ତୁ କମିନି ହିଂସାର ଯନ୍ତ୍ରଣା । କିଏ ମା’ବାପାଙ୍କୁ ହରାଇ କାନ୍ଦୁଛି ତ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି । ଆଖିର ଲୁହ ହୋଇ ଯନ୍ତ୍ରଣା ବାହାରକୁ ବାହାରି ଆସୁଛି ଆଉ ପଚାରୁଛି ଅନେକ ପ୍ରଶ୍ନ .. କିନ୍ତୁ କିଏ ଦେବ ସେ ପ୍ରଶ୍ନର ଉତ୍ତର,କାହାକୁ ପଚାରିବେ ହିଂସାର ଗରଳକୁ ପିଇଥିôବା ଭୁକ୍ତଭୋଗୀ ! ଏହି ପ୍ରଶ୍ନ ପୁଅକୁ ହରାଇଥିବା ସେହି ମା’ବାପାଙ୍କର, ଭାଇକୁ ହରାଇଥିବା ସେ ଭଉଣୀର , ମା’ବାପାଙ୍କୁ ହରାଇଥିବା ସେହି ନିରୀହର ଏବଂ ୧୫ ଦିନ ତଳେ ଦୁନିଆକୁ ଆସିଥିôବା ସେହି ନବଜାତର ।
ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗାରେ ଯେତେବେଳେ ମୁଦ୍ଦଶୀର୍ ଖାନ୍ ଙ୍କ ଶବ ଘରେ ପହଁଚିଥିଲା ସେତେବେଳେ ତାଙ୍କ କୁନିପୁଅ ବାପାଙ୍କ ଶବକୁ ଦେଖି ହତବାକ୍ ହୋଇଯାଇଥିଲା । ପୂର୍ବରାତିରେ ସାଙ୍ଗରେ ଖେଳୁଥିବା ବାପା ଭୂମିରେ ପଡିଥିବା ଦେଖି କୁନିପୁଅ ଜୋର୍ ଜୋରରେ କାନ୍ଦି ଉଠିଥିଲା ।
ମୁଦ୍ଦଶୀର୍ ର ବୁଢୀ ମା’ କେସରଜହାଁ କୁହନ୍ତିି , ଏହି କୁନି ପିଲାଙ୍କ ମୁଣ୍ଡ ଉପରୁ ବାପାର ହାତ ଉଠିଗଲା ଏବେ ଏମାନଙ୍କ ଭବିଷ୍ୟତ କ’ଣ ହେବ । କୁନି ପିଲାଟି ତ ବାପା ବୋଲି କ’ଣ ଆଉ ଜାଣିପାରିବନି । ମୁଦ୍ଦଶୀର୍ ର ବଡ଼ ଝିଅ ବାପାଙ୍କ ମୃତ୍ୟୁକୁ ଏଯାଏଁ ବିଶ୍ୱାସ କରିପାରୁନାହିଁ । ଜନ୍ମଦିନରେ ଗାଉନ୍ ଉପହାର ଦେଇ ବାପା କୁଆଡେ ଚାଲିଗଲେ କହି କାନ୍ଦିଥିଲା ଝିଅଟି ।
ଏପଟେ ଦିଲ୍ଲୀ ଦଙ୍ଗାରେ ଆଇବି କର୍ମଚାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟାକୁୁ ୬ ଦିନ ହୋଇଯାଇଛି । କିନ୍ତୁ ବୁଢୀ ମା’ର ଆଖିକୁ ଆଜି ବି ପୁଅ ଚାଲିଯିବାର ବିଶ୍ୱାସ ହୋଇପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/DELHI-2.jpg)
/kanak/media/post_attachments/wp-content/uploads/2020/02/xxxxxxx-1-300x226.jpg)
/kanak/media/post_attachments/wp-content/uploads/2020/02/cccccccccc-300x161.jpg)
/kanak/media/post_attachments/wp-content/uploads/2020/02/Capture-6-300x167.jpg)
/kanak/media/post_attachments/wp-content/uploads/2020/02/xzdd-300x188.jpg)