୨୪ ଫେବୃୟାରୀ ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ୍ : ଗ୍ରୀଲ୍ ଭାଙ୍ଗି ଜୀବନ ବଂଚାଇଥିଲେ ଡିସିପି ଏବଂ ଏସିପି । ପୋଲିସଙ୍କୁ ପଥର , ବାଡି ଫୋପାଡିଥିଲେ ମହିଳା

289

ନାଗରିକତା ସଂଶୋଧନ ଆଇନ୍ (ସିଏଏ) କୁ ନେଇ ଦିଲ୍ଲୀରେ ପୋଲିସ୍ ଙ୍କ ଉପରେ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଫେବୃୟାରୀ ୨୪ ଦିଲ୍ଲୀର ଚାନ୍ଦବାଗ୍ ଅଞ୍ଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ୍ ଶର୍ମା ତଥା ଗୋକୁଲପୁରୀ ଏସିପି ଅନୁଜ କୁମାର ଆହତ ହୋଇଥିଲେ । ସିଏଏ ବିରୋଧରେ ଲୋକମାନେ ଚାନ୍ଦବାଗ୍ ସଡକରେ ଭିଡ ଲଗାଇ ରାସ୍ତାଯାମ୍ କରିଥିଲେ । ଲୋକମାନଙ୍କୁ ବୁଝାଇ ରାସ୍ତା କ୍ଲିୟର୍ କରିବାକୁ ଯାଇଥିବା ପୋଲିସକର୍ମୀଙ୍କ ଉପରକୁ ଅଚାନକ ଲୋକମାନେ ପଥର , ବାଡି ଏବଂ ହତିଆର ଫୋପାଡିବାକୁ ଲାଗିଥିଲେ । ଏହି ପ୍ରଦର୍ଶନରେ ମହିଳାମାନେ ମଧ୍ୟ ସାମିଲ୍ ଥିଲେ । ଭିଡିଓରେ ମହିଳାମାନେ ବାଡି ଫୋପାଡୁଥିବାର ଦୃଶ୍ୟ ମଧ୍ୟ ରହିଛି ।

ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଲୁହବୁହା ଗ୍ୟାସ୍ ଏବଂ ଲାଠିଚାର୍ଜ କରିଥିଲା କିନ୍ତୁ ଏତେ ଲୋକଙ୍କୁ କାବୁ କରିବା ପୋଲିସ୍ ପକ୍ଷରେ ଅସମ୍ଭବ ହୋଇପଡିଥିଲା । ଏହି ଭିଡିଓରେ ପୋଲିସ୍ କର୍ମଚାରୀ ସଡ଼କ ମଝିରେ ଥିବା ଗ୍ରୀଲରେ ଫସିଥିବା ଦେଖାଯାଉଥିବା ବେଳେ ପ୍ରଦର୍ଶନକାରୀ ତାଙ୍କ ଉପରକୁ ପଥର ଫୋପାଡୁଥିବା ଦେଖାଯାଉଛି ।

 

ଏଥିରେ ଡିସିପି ଅମିତ୍ ଶର୍ମା,ଏସିପି ଅନୁଜ କୁମାର ଭିଡ ଭିତରେ ଫସିଯାଇଥିଲେ । ବହୁ କଷ୍ଟରେ ଭିଡରେ ଫସିଥିବା ୩ ଜଣଙ୍କୁ ଅନ୍ୟ କର୍ମଚାରୀମାନେ ଉଦ୍ଧାର କରିଥିଲେ।