ଦିଲ୍ଲୀ ହିଂସା : ଦିଲ୍ଲୀ ପୋଲିସ୍ ନଜରରେ ତାହିର୍ ହୁସେନର ୪ ସାଥୀ , ହିଂସା ବେଳେ ତାହିରକୁ ସାହାଯ୍ୟ କରିଥିବା ଲୋକଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକିବ ପୋଲିସ୍ ।

191

ଦିଲ୍ଲୀ ହିଂସା ମାମଲାରେ ଆପ୍ ର ପୂର୍ବତନ ନେତା ତାହିର୍ ହୁସେନଙ୍କୁ ଶୁକ୍ରବାର କଡ଼କଡ଼ଡୁମା କୋର୍ଟରେ ହାଜର କରାଗଲା । ଯେଉଁଠାରୁ ତାଙ୍କୁ ପୋଲିସ୍ ରିମାଣ୍ଡରେ ପଠାଇସାରିଛି । ଏଥିମଧ୍ୟରେ , ଦିଲ୍ଲୀ ପୋଲିସ୍ ର କ୍ରାଇମ୍ ବ୍ରାଞ୍ଚ୍ ଟିମ୍ କହିବାନୁସାରେ ମୁସ୍ତଫାବାଦ୍ ରେ ୪ ଜଣ ଲୋକ ତାହିର୍ ହୁସେନଙ୍କୁ ସାହାଯ୍ୟ କରିଥିଲେ । ଶନିବାର ସୂତ୍ରରୁ ଜଣାପଡିଥିଲା ଯେ , ଯେତେବେଳେ ଗିରଫ ପାଇଁ ଚଢାଉ ହୋଇଥିଲା ସେତେବେଳେ ମୁସ୍ତଫାବାଦ୍ ରୁ ବାହାରି ସେ ଜାକିର୍ ନଗରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା । କ୍ରାଇମ୍ ବ୍ରାଞ୍ଚ୍ ର ନଜରରେ ଏବେ ଏହି ୪ ଜଣ ଲୋକ ରହିଛନ୍ତି ଯେଉଁମାନେ ତାହିର୍ ଙ୍କ ସାହାଯ୍ୟ କରିଥିଲେ । ଖୁବଶୀଘ୍ର ଏହି ୪ ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯିବ ବୋଲି ସୂଚନା ମିଳୁଛି ।

ତାହିର୍ ହୁସେନ୍ ର କଲ୍ ରେକର୍ଡରୁ ଜଣାପଡିଥିଲା ଯେ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁସ୍ତଫାବାଦ୍ ପାଖରେ ସେ ଥିଲା । ଚାନ୍ଦବାଗ୍ ମଧ୍ୟ ମୁସ୍ତଫାବାଦ୍ ପାଖରେ ହିଁ ପଡିଥାଏ । କିନ୍ତୁ ତାହିର୍ ର କହିବାନୁସାରେ , ଘଟଣା ଦିନ ଏବଂ ଏହାପରେ ସେ ନିଜ ଘର ପାଖ ଗଳି ଏବଂ ଅଞ୍ଚଳରେ ହିଁ ରହିଥିଲା । ୨୭ ଫେବୃୟାରୀରେ ତାହିରର ଲୋକେସନ୍ ଜାକିରନଗର ପାଖରେ ମିଳିଥିଲା , ଏବଂ ଏହାପରେ ଫୋନ୍ ବନ୍ଦ ଆସିଥିଲା । କ୍ରାଇମ୍ ବ୍ରାଞ୍ଚ୍ ଏବେ ବି ତାହିରଙ୍କ ମୋବାଇଲ୍ ଫୋନକୁ ଖୋଜିବାରେ ଲାଗିଛି । ତାହିର୍ ଉପରେ ଉତ୍ତର-ପୂର୍ବ ଦିଲ୍ଲୀରେ ଫେବୃୟାରୀ ୨୪ ହିଂସାରେ ଆଇବି କର୍ମଚାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟାର ଅଭିଯୋଗ ଲାଗିଛି ।