ସୋମବାର ଦିଲ୍ଲୀର ମୋଜପୁର ନହର ରୋଡର ସେଠ୍ ଭଗବାନ ଦାସ ସ୍କୁଲରେ ଦୁର୍ବୃତ୍ତମାନେ ଦୋକାନରେ ନିଆଁ ଲଗାଇଦେଲେ । ଗଦି ତଥା କପଡା ଦୋକାନରେ ନିଆଁ ଲଗାଇବା ପରେ ଜାଫରାବାଦ୍ ଆଡକୁ ଭିଡ ବଢିବାକୁ ଲାଗିଲା । ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେବାପରେ ଚାଲିଲା ପଥରମାଡ଼ ।
ପୋଲିସ୍ କର୍ମୀ ଦୁଇ ଦଳକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ କେହି ଶୁୁଣିବାକୁ ରାଜି ନଥିଲେ । ତେବେ ଏହି ସମୟରେ ଜାଫରାବାଦ୍ ର ଶାହରୁଖ୍ ନାମକ ଜଣେ ସ୍ଥାନୀୟ ଯୁବକ ବନ୍ଧୁକ ବାହାର କରି ୮ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ କର୍ମୀଙ୍କ ରୋକିବା ପରେ କାନ୍ଥ ଆଢୁଆଳରେ ରହି ଉକ୍ତ ଯୁବକ ଫାୟାରିଙ୍ଗ୍ କରିଥିଲା । ଉକ୍ତ ଯୁବକ ବର୍ତ୍ତମାନ ପୋଲିସ୍ ହେପାଜତରେ ରହିଛି । ପୋଲିସ୍ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ।
ସୋମବାର ଦ୍ୱିପ୍ରହର ୩.୩୦ ରେ ଘଟିଥିବା ଏହି ଘଟଣାରେ ଅନେକ ଗାଡିକୁ ଜଳାଇ ଦିଆଗଲା । ଭିଡ଼କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ କର୍ମୀଙ୍କ ଆଗକୁ ଏହି ଯୁବକ ବନ୍ଧୁକ ଦେଖାଇ ଆଗକୁ ଆସୁଥିଲା । ଆଖି ଆଗରେ ବନ୍ଧୁକ , କେତେବେଳେ ବି ଜୀବନ ଚାଲିଯିବାର ଭୟ ମଧ୍ୟ ବିଚଳିତ କରିପାରିଲାନି ଏହି ପୋଲିସ୍ କର୍ମୀଙ୍କୁ । ଫଟୋରେ ଦେଖାଯାଉଥିବା ଏହି ପୋଲିସ୍ ଖୁବ୍ ସାହାସର ସହ ଯୁବକଙ୍କୁ ବୁଝାଇବାକୁ ଲାଗିଥିଲେ । କିନ୍ତୁ ରକ୍ତ ଗରମ ଥିବା ଯୁବକ ଫାୟାରିଙ୍ଗ୍ ରୋକୁ ନଥିଲେ ।
ପୋଲିସ୍ ସୁତ୍ର ମୁତାବକ , ଉକ୍ତ ଅଞ୍ଚଳରେ ଖୁବ୍ ଫାୟାରିଙ୍ଗ୍ ହୋଇଥିଲା । ଭିଡ ଭିତରେ ଅନେକ ଲୋକ ଅଣ୍ଟାରେ ପିସ୍ତଲ ଲଗାଇ ବୁଲୁଥିଲେ । ଏତିକି ନୁହଁ , ଅନେକ ସ୍ଥାନରେ ଲୋକମାନେ ଘରୁ ଫାୟାରିଙ୍ଗ୍ କରୁଥିବାର ମଧ୍ୟ ଦେଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/dsf.jpg)
/kanak/media/post_attachments/wp-content/uploads/2020/02/ssssssssss-1-300x171.jpg)
/kanak/media/post_attachments/wp-content/uploads/2020/02/fdg-1-300x209.jpg)
/kanak/media/post_attachments/wp-content/uploads/2020/02/fgbhfg-300x201.jpg)
/kanak/media/post_attachments/wp-content/uploads/2020/02/fgf-300x187.jpg)