କନକ ବ୍ୟୁରୋ: ସଫଳ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର ପ୍ରଶଂସା ସାଉଁଟୁଛନ୍ତି । କିନ୍ତ ଏହାରି ଭିତରେ ସରକାରୀ ବ୍ୟବସ୍ଥାରେ ହେଉଥିବା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାରେ ଦେଖିବାକୁ ମିଳିଲା ଦିଲ୍ଲୀ ଭଳି ଦୃଶ୍ୟ । କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ହସ୍ପିଟାଲରେ ମିଳିଲାନି ବେଡ । ୧୨ ଘଂଟା ଘୁରି ବୁଲିଲେ ରୋଗୀ । ଏମ୍ସ ଓ କ୍ୟାପିଟାଲ କର୍ତୃପକ୍ଷ ଫେରାଇ ଦେବା ପରେ ଗାଡ଼ି ଭିତରେ ଲାଗିଲା ଅକ୍ସିଜେନ । ଶେଷରେ କନକ ନ୍ୟୁଜ୍ ଟିମର ପ୍ରୟାସରେ କୋଭିଡ ଡାକ୍ତରଖାନାରେ ଭର୍ତି ହେଲେ ବୃଦ୍ଧ ।

Advertisment

ସଫଳ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର ପ୍ରଶଂସା ସାଉଁଟିଛି । କିନ୍ତୁ ଏହାରି ଭିତରେ ସରକାରୀ ବ୍ୟବସ୍ଥାରେ ହେଉଥିବା ଅନେକ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ବେଡ ନଥିବାରୁ ଗୁରୁତର ରୋଗୀଙ୍କ ଫେରାଇଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଗୁରୁତର ଅବସ୍ଥାରେ ଗାଡି ଭିତରେ ଅକ୍ସିଜନ ନେଲେ ବୃଦ୍ଧ । ଶେଷରେ କନକ ନ୍ୟୁଜ ଟିମର ପ୍ରୟାସରେ କୋଭିଡ ଡାକ୍ତରଖାନାରେ ହେଲେ ଭର୍ତ୍ତି ।

କରୋନା କାଳରେ ଡରାଉଥିଲା ରାତିର କିଟିମିଟି ଅନ୍ଧାର । ଅକ୍ସିଜନ ଲେଭଲ ଯେତିକି କମୁଥିଲା ଭୟ ସେତିକି ବଢୁଥିଲା । ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଖୋର୍ଦ୍ଧା ନିରାକରପୁରରୁ ଏମସ୍ ଚାଲିଆସିଥିଲେ ପଠାଣି ଜେନା । ଏମସ ଓ କ୍ୟାପିଟଲ ହସ୍ପିଟାଲ ଫେରାଇବା ପରେ ସାହାଯ୍ୟର ହାତ ବଢାଇଲେ ଶିଖ ଏଡର ସତବୀର । ଦେବଦୂତ ସାଜି ଅକ୍ସିଜନ ସିଲେଣ୍ଡରର ବ୍ୟବସ୍ଥା କଲେ । ବିଳମ୍ବରେ ବିଏମସି ଆମ୍ବୁଲାନ୍ସ ଆସିଲା ବିଭିନ୍ନ ଡାକ୍ତରଖାନା ବୁଲିଲା କିନ୍ତୁ ମିଳିଲାନି ବେଡ ।

ଏତକ ଖବର ଦେଖାଇ ଆମେ ଚୁପ ବସିନଥିଲୁ । ଖବର ପ୍ରସାରଣ ସାଙ୍ଗକୁ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲା କନକ ଟିମ। କ୍ୟାପିଟଲ ହସ୍ପିଟାଲରେ ଚାଲିଥାଏ ଆଣ୍ଟିଜେନ ଟେଷ୍ଟ , ଏପଟେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଚାଲିଥାଏ ପ୍ରୟାସ ।

କିଛି ସମୟ ପରେ ଆସିଲା ପଜିଟିଭ ରିପୋର୍ଟ । ଉଭୟ ପଠାଣି ଓ ତାଙ୍କ ସ୍ତ୍ରୀ ବି ପଜିଟିଭ । ପଜିଟିଭ ରିପୋର୍ଟ ଦେଖି ବ୍ୟସ୍ତ ହେଉପଡିଥିବାବେଳେ ଆମ କ୍ୟାମେରା ଟିମ ଯୋଗାଇଥିଲା ସାହାସ । ବାସ କେଇ ମିନିଟ ପରେ କୋଭିଡ ହସ୍ପିଟାଲରେ ହେଲା ବେଡର ବ୍ୟବସ୍ଥା ।

ବେଡ ନାହିଁ କହି ଫେରାଇଦେଲେ ଏମସ କର୍ତ୍ତୃପକ୍ଷ । କ୍ୟାପିଟଲ ହସ୍ପିଟାଲ ଆସିଲେ , କୋଭିଡ ରିପୋର୍ଟ ନଥିବାରୁ ଚିକିତ୍ସା କରିବାକୁ ମନା କରିଦେଲେ ଡାକ୍ତର । ରାତି ତମାମ ଗୋଟିଏ ହସ୍ପିଟାଲରୁ ଆଉ ଏକ ହସ୍ପିଟାଲ ବୁଲି ବୁଲି ହୋଇଯାଇଥିଲେ ନୟାନ୍ତ । କିନ୍ତୁ କନକ ନ୍ୟୁଜର ଏଭଳି କାର୍ୟ୍ୟକୁ ପ୍ରଶଂସା କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।