ଖୋଲିଲା ଭୋଟ୍ ଗଣତି ପେଡ଼ି : ଦ୍ରୁତ ଗତିରେ ଆଗକୁ ବଢିଚାଲିଛି ଆପ୍ , ପଛେ ପଛେ ଗୁରୁଣ୍ଡୁଛି ବିଜେପି ଏବଂ କଂଗ୍ରେସ । 

ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛନ୍ତି କେଜ୍ରିୱାଲ୍:ଟ୍ରେଣ୍ଡରେ କମୁଛି ବିଜେପି, ବଢୁଛି ଆପ୍ ହେଲେ ଖାତା ଖୋଲିପାରୁନି କଂଗ୍ରେସ; ୫୬ ଆସନରେ ଆଗୁଆ ରହିବା ସହ ସରକାର ଗଢିବା ସଙ୍କେତ ଦେଲା ଆମ ଆଦମୀ ପାର୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏବେ ପର୍ଯ୍ୟନ୍ତ ଆସିଥିବା ସବୁ ଏଗଜିଟ୍ ପୋଲ୍ ରେ ଦିଲ୍ଲୀରେ ଆପ୍ ସରକାରର ଦବଦବା ଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ଏହି ଏଗଜିଟ୍ ପୋଲ୍ କୁ ଗ୍ରହଣ କରୁନାହିଁ । ବିଜେପି କହୁଛି ଯେ ଦିଲ୍ଲୀ ନିର୍ବାଚନରେ ଅତିକମ୍ ରୁ ୪୮ ଟି ସିଟ୍ ବିଜେପି ଖାତାକୁ ଆସିବ । ଏଭଳି ସ୍ଥିତିରେ ଆପ୍ , ବିଜେପି ଏବଂ କଂଗ୍ରେସକୁ ଛାଡି ଏଗଜିଟ୍ ପୋଲ୍ ର ମଧ୍ୟ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ଅଧିକ ଏଗଜିଟ୍ ପୋଲ୍ ରେ କଂଗ୍ରେସ ଖାତାରେ ଗୋଟିଏ ବି ସିଟ୍ ନଥିବା କଥା କୁହାଯାଉଛି । ଏଭଳି ସ୍ଥଳେ , ଏଗଜିଟ୍ ପୋଲ୍ ମୁତାବକ ବିଜେପି ଦ୍ୱିତୀୟ ନମ୍ବରର ପାର୍ଟି ହୋଇପାରେ ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି ସମସ୍ତଙ୍କ ଠାରୁ ଆଗୁଆ ରହିଛି । ୩୬ ଆସନ ମଧ୍ୟରୁ ୩୧ ଟିରେ ଆପ୍, ୮ ରେ ବିଜେପି ଓ ୩ ଆସନରେ କଂଗ୍ରେସ ଆଗୁଆ ରହିଛି ।  ବିଜେପି ଏବଂ କଂଗ୍ରେସକୁ ପଛରେ ପକାଇ ଆମ୍ ଆଦମୀ ପାର୍ଟି ଚାଲିଛି ଆଗରେ । ପ୍ରାରମ୍ଭିକ ଟ୍ରେଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଗରେ । ଆଗକୁ ଆପ୍ ର ଦବଦବା ବଜାୟ ରହୁଛି ନା ବିଜେପି ଏବଂ କଂଗ୍ରେସ ଆଗକୁ ବଢୁଛି ତାହା ଦେଖିବାକୁ ବାକିରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe