ଦିଲ୍ଲୀବାସୀଙ୍କୁ ତାଲାବନ୍ଦରୁ କିଛିଟା ଆଶ୍ୱସ୍ଥି । ଅଡ ଇଭିନ ଫର୍ମୋଲାରେ ଖୋଲିବ ବଜାର ଓ ମଲ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ

96

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀରେ କରୋନା ସଂକ୍ରମଣ ପୁରା ପିକ୍ ରେ ପହଂଚି ଯାଇଥିଲା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ । ଏବେ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ପୁଣି ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି କି ରାଜ୍ୟରେ ଅଡ ଇଭିନ ଫର୍ମୋଲାରେ ବଜାର ଓ ମଲ ଖୋଲିବା ସହ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋସେବା ଆରମ୍ଭ ହେବ ।

କେଜ୍ରିୱାଲ ଘୋଷଣା କରିଛନ୍ତି କି ରାଜ୍ୟରେ ସୋମବାର ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ହେଲେ କଟକଣା କୋହଳ କରାଯିବ । ଏହି କ୍ରମରେ ବଜାର ଓ ମଲ ଅଡ ଇଭିନ ଫର୍ମୋଲାରେ ଖୋଲାଯିବ । ସରକାରୀ କାର୍ଯ୍ୟାଳୟରେ ଗ୍ରୁପ ଏ କ୍ୟାଡରର ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ । ଏହାସହ ଘରୋଇ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା କାମ କରିବେ ।

ଅନ୍ୟପଟେ କରୋନାର ତୃତୀୟ ଲହରକୁ ନେଇ କେଜ୍ରିୱାଲ କହିଛନ୍ତି କି, ଏନେଇ ପ୍ରସ୍ତୁତ ଜାରି ରହିଛି । ତୃତୀୟ ଲହରରେ ଶିଶୁ ମାନଙ୍କ ପ୍ରତି ବିପଦ ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ସହ ଏକ ଏହାର ତଦାରଖ କରିବାକୁ ଟିମ୍ ପ୍ରସ୍ତୁତ କରାଯାଇଛି । ସେପଟେ ଦ୍ୱିତୀୟ ଲହରରେ ଅକ୍ସିଜେନର ଅଭାବ ଦିଲ୍ଲୀ ସରକାରଙ୍କୁ ବେକାବୁ କରିଥିବା ବେଳେ ଏବେ ୪୨୦ ଟନ୍ ଅକ୍ସିଜେନ ଷ୍ଟୋରେଜ କରିବାକୁ ସରକାର ପ୍ରସ୍ତୁତ ହେଉଥିବା କଥା ସେ କହିଛନ୍ତି ।