ଦିଲ୍ଲୀରେ ଜାରିହେଲା ଅନଲକ-୭ ଗାଇଡ ଲାଇନ । ଲକଡାଉନ କଟକଣାରୁ ଦିଲ୍ଲୀବାସୀଙ୍କୁ ମିଳିଲା ମୁକ୍ତି । ଚାଲିବ ବସ୍, ମେଟ୍ରୋ ସେବା

113

କନକ ବ୍ୟୁରୋ : ଦିଲ୍ଲୀ ସରକାର ଅନଲକ-୮ ର ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନରେ ମୁଖ୍ୟତ ୩ ଟି ବଡ କଟକଣା କୋହଳ କରାଯାଇଛି । ବିଶେଷ ଭାବେ ଦିଲ୍ଲୀବାସୀଙ୍କ ଦୈନିକ ଗମନା ଗମନର ମାଧ୍ୟମ ସାଜିଥିବା ମେଟ୍ରୋଟ୍ରେନ ଉପରେ ସମ୍ପୂର୍ଣ୍ଣ କଟକଣା କୋହଳ କରାଯାଇଛି । ଏବେ ଦିଲ୍ଲୀରେ ୧୦୦ ପ୍ରତିଶତ କେବଳ ସିଟିଂ କାପାସିଟ ସହ ଚାଲିବ । ଏହାସହ ଅଡିଟୋରିୟମ ଓ ସିନେମା ହଲ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବାହାଘର ଓ ଅନ୍ତିମ ସଂସ୍କାର ବେଳେ ୧୦୦ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଛି ।

 

କହିରଖୁ କି ଅନଲକ-୬ ପର୍ଯ୍ୟନ୍ତ ରାଜ୍ୟ ସରକାର ଭିନ୍ନ ଭିନ୍ନ ଗତିବିଧି ଉପରେ କଟକଣା କୋହଳ କରିଥିଷଲ । ହେଲେ ସାର୍ବଜନୀକ ପରିବହନ ଉପରେ କଟକଣା କୋହଳ ହୋଇ ନଥିଲା । ଏହି କାରଣରୁ ମେଟ୍ରୋ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା ।

 

କହିରଖୁ କି କିଛି ସପ୍ତାହ ହେବ ଦିଲ୍ଲୀରେ କରୋନା ସଂକ୍ରମଣ କମିଛି । ଏବେ ଦୈନିକ ସଂକ୍ରମଣ ୧୦୦ ତଳକୁ ଖସିଥିବା ବେଳେ ଏହାକୁ ନଜରରେ ରଖି ଗମନା ଗମନ ଓ ବଜାର ଘାଟକୁ ସ୍ୱଭାବିକ କରିବାକୁ ଚେଷ୍ଟା କରିଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହାର କିଛି ମାତ୍ରାରେ କମିଥିବା ବେଳେ କିଛି ରାଜ୍ୟରେ ଏବେ ବି ଦୈନିକ ସଂକ୍ରମଣ ଟପରେ ରହିଛି । ବିଶେଷ ଭାବେ କେରଳରେ ଜିକା ଭୂତାଣୁ ରାଜ୍ୟବାସୀଙ୍କ ପାଇଁ ଭୟର କାରଣ ପାଲଟିଥିବା ବେଳେ କରୋନା ସଂକ୍ରମଣ ବି ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ କେରଳରେ ୧୮,୫୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।