ଦିଲ୍ଲୀ ଅନଲକ୍-୭ : ଦିଲ୍ଲୀରେ କଟକଣା କୋହଳର ନୂଆ ସପ୍ତାହ, କାଲିଠୁ ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ୍

140

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାରି ମଧ୍ୟରେ ରବିବାର ଦିନ ଦିଲ୍ଲୀ ସରକାର ଅନଲାକ୍-୭ ର ଗାଇଡ ଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଅର୍ଥାତ ଜୁଲାଇ ୧୨ ତାରିଖରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ । ହେଲେ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ ।

କୌଣସି ପ୍ରକାର ପ୍ରଶିକ୍ଷଣ ଉପରେ କଟକଣା କୋହଳ କରାଯିବା ସହ ଡିଡିଏମଏ ର ଅନୁମତିକୁ ଅନାବଶ୍ୟକ କରାଯାଇଛି  । ଏକାଡେମିକ ସମାବେଶକୁ ଅନୁମତି ଦିଆଯାଇଛି । ଯେପରିକି ଗୋଟିଏ କାର୍ଯ୍ୟ, ବକ୍ତୃତା କିମ୍ବା ଏଜୁକେଶନାଲ ଟେନିଂ ପାଇଁ କଟକଣା କୋହଲ କରାଯାଇଛି ।

କହିରଖୁ କି ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କେବଳ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ ସଂକ୍ରମଣ ହାର ୦.୦୯ ପ୍ରତିଶତକୁ ହ୍ରାସ ପାଇଛି । ସୂଚନା ଥାଉକି କରୋନାର ଦ୍ୱିତୀୟ ଲହରରେ ରାଜଧାନୀ ଦିଲ୍ଲୀ ପୁରା ବେହାଲ ହୋଇପଡିଥିଲା । ଏହାସହ ଏତେ ଛୋଟ ରାଜ୍ୟ ହୋଇ ବି କରୋନା ସଂକ୍ରମଣରେ ୨୦.୦୧୨ ଜଣଙ୍କର ମୃତ୍ୟୁ ହୋଇଛି ।