କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜି.ଏନ ସାଇବାବାଙ୍କୁ ଆଜୀବନ କାରାଦଣ୍ଡ । ମହାରାଷ୍ଟ୍ର ଗଡଚିରୋଲୀ ଦୌରା ଜଜ୍ ସାଇବାବାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କର ମାଓବାଦୀଙ୍କ ସହ ସଂପର୍କ ଥିବା ନେଇ ଅଭିଯୋଗ ହୋଇଥିଲା । ସାଇବାବାଙ୍କ ସହ ସମସ୍ତ ୭ ଜଣ ସଦସ୍ୟଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ହୋଇଛି ।
ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ୯୦ ପ୍ରତିଶତ ଭିନ୍ନକ୍ଷମ ହେବା ସତ୍ୱେ ସାଇବାବା ମାଓବାଦୀଙ୍କୁ ସହୟତା ଯୋଗାଉଥିଲେ । ଏପରିକି ମାଓବାଦୀ ଚିନ୍ତାଧାରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅନେକ ସେମିନାରରେ ମଧ୍ୟ ସେ ଯୋଗ ଦେଉଥିଲେ । ଦେଶ ବିରୋଧୀ ବକ୍ତବ୍ୟ ଦେବା ସହ ବିଭିନ୍ନ ଷଡଯନ୍ତ୍ର ଓ ଆତଙ୍କ ସୃଷ୍ଟିକାରୀ କାର୍ଯ୍ୟକଳାପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/saibaba.jpg)