ଉତ୍ତର ପୂର୍ବ ଦିଲ୍ଲୀରେ ଡକାୟତି ସମୟରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣକୁ ଗିରଫ କରିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ​​ଯେ ଅଭିଯୁକ୍ତ ମୃତକ  ଯୁବକର ମୁହଁକୁ ଚାପି ଧରିଥିଲା । ଯେଉଁଥିପାଇଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଅଭିଯୁକ୍ତ ମାତ୍ର ୩୫୦  ଟଙ୍କା ଛଡ଼ାଇବା ପୂର୍ବରୁ ୧୦୦ ଥର ଛୁରୀ ମାରିଥିବାର ଜଣାପଡିଛି ।

ମଙ୍ଗଳବାର ରାତିରେ ଦିଲ୍ଲୀର ୱେଲକମ ଅଞ୍ଚଳର ଜନତା ଶ୍ରମିକ ବସ୍ତି କଲୋନୀରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି ଯେ ଅଭିଯୁକ୍ତ ଜଣକ ଲୁଟ କରିବାପାଇଁ ଜଣେ ଯୁବକକୁ ଥରେ କିମ୍ବା ଦୁଇ ଥର ନୁହେଁ ପ୍ରାୟ ୧୦୦ ରୁ ଉର୍ଦ୍ଧ ଥର ଛୁରୀରେ ଆକ୍ରମଣ କରିଛି । ୱେଲକମ ଅଞ୍ଚଳରେ କ୍ୟାମେରାରେ କଏଦ ହୋଇଥିବା ଘଟଣା ଦେଖିବା ଅତ୍ୟନ୍ତ କଷ୍ଟକର । ଘଟଣାଟି ଏତେ ଭୟଙ୍କର ହେଇଛି ଯେ ଆପଣ ସେ ଫୁଟେଜକୁ ପୁର ଦେଖି ପାରିବେନି । ଫୁଟେଜରେ ଦେଖିବାକୁ ମିଳୁଛି ଯେ ଯେ ଜଣେ ପ୍ରାୟ ୧୬ ବର୍ଷ ବୟସ୍କ ପିଲା  ଅର୍ଥାତ୍ ନାବାଳକ ଆଉ ଜଣକୁ ଛୁରୀରେ ଅତି ନୃଶଂସ ଭାବେ ଆକ୍ରମଣ କରୁଛି । ଥରେ କିମ୍ବା ଦି'ଥର ନୁହେଁ କ୍ରମାଗତ ଭାବରେ ଛୁରୀ ମାରିଚାଲିଛି । କେତେବେଳେ ବେକରେ ତ କେବେ ମୁଣ୍ଡରେ ତ କେବେ ପେଟରେ । କେବଳ ଏତିକି ନୁହେଁ, ଏହା ପରେ ମୃତକଙ୍କ ଗଳାକୁ ଛୁରୀରେ କାଟି ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ପାଟିତୁଣ୍ଡ ଶୁଣି ସ୍ଥାନୀୟ ମହିଳାମାନେ ବାହାରକୁ ଆସିବା ପରେ ଅଭିଯୁକ୍ତ ସମସ୍ତଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲା । ସେ ଛୁରୀ ନେଇ ଅନ୍ୟଦିଗକୁ ପଳାଇଥିଲା । କେବଳ ଏତିକି ନୁହେଁ କିଛି ସମୟ ପରେ ଫେରିଆସି ପୁନର୍ବାର ସେ ଲୋକକୁ  ଛୁରୀରେ ନିର୍ଦ୍ଦୟଭାବେ ହତ୍ୟା କରିଥିଲା ଏବଂ ବଡ଼ ପାଟିରେ ଚିତ୍କାର କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା ମଧ୍ୟ କରିଥିଲା ।

ଗଭୀର ଭାବେ ନିରୀକ୍ଷଣ କଲେ ଏହା ଜଣାପଡୁଛି ଯେ  ପୀଡ଼ିତ ଜଣକ ପୂର୍ବରୁ ମରିଯାଇଛନ୍ତି, ଏବଂ ଅଭିଯୁକ୍ତ  କେବଳ ତା ଶବକୁ ଟାଣିଟାଣି ନେଉଛି । ପୁଣି  ଛୁରାମାଡ଼ କରୁଛି ।  ମୁହଁରେ ଲାତ ମରୁଛି । ଛୁରୀ ଧରି ନାଚ ମଧ୍ୟ କରୁଛି । ପ୍ରତ୍ୟକ୍ଷଦର୍ଶୀ ମାନେ ଏ ଘଟଣା ଦେଖି ଭାବିଲେ ଯେ ବୋଧହୁଏ ମୃତକ ଏବଂ ଅଭିଯୁକ୍ତ ମଧ୍ୟରେ ପୂର୍ବରୁ କିଛି ଶତ୍ରୁତା ଥିଲା । ସେଥିପାଇଁ ବୋଧେ ସେ ହତ୍ୟା କଲାପରେ ଖୁସିରେ ନାଚ କରୁଛି । କିନ୍ତୁ ପରେ ଯେବେ ଜାଣିବାକୁ ପାଇଲେ ଯେ ତାର ଉଦ୍ଦେଶ୍ୟ କେବଳ ଲୁଟ କରିବା ଥିଲା ସେମାନେ ଆଶ୍ଚର୍ଯ୍ୟ ହେଇଯାଇଥିଲେ ଯେ କେମିତି ଜଣେ ଲୋକ ଖାଲି  ଲୁଟ ପାଇଁ ଏମିତି ନୃଶଂସ ଭାବେ ଜଣକୁ ହତ୍ୟା କରିପାରେ । ହତ୍ୟା କଲାପରେ ଅଭିଯୁକ୍ତ ଜଣକ ଜୋରେ ଚିତ୍କାର କରି କହୁଥିଲା ଏବେ ମୁଁ ଜେଲ ଯିବି । ୟାର ଅର୍ଥ ହେଲା ଯେ ଅଭିଯୁକ୍ତର ପୋଲିସ ଜେଲ ଏସବକୁ ଟିକେ ମାତ୍ର ଭୟ ନାହିଁ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଜଣକ  ୨୦୨୦ ମସିହାରେଏକ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲା । ସେ ହତ୍ୟାର ଉଦ୍ଦେଶ୍ୟ ମଧ୍ୟ ସେହି ସମାନ ଲୁଟ ଥିଲା । ୩-୪ ନାବାଳକ ମାନଙ୍କର ଏକ ଗ୍ୟାଙ୍ଗ ସେ ଅଞ୍ଚଳରେ ଲୁଟପାଟ କରନ୍ତି ।

ଡିସିପି ଜୟ ତିରକିଙ୍କ କହିବ ଅନୁସାରେ ୨୧ ତାରିଖ ରାତିରେ ସେମାନେ ପିସିଆରରେ ଏକ କଲ ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ସେମାନେ ମୃତକ ଯୁବକକୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଯେଉଁଠି ଡକ୍ଟର ତାଙ୍କୁ ମୃତ ଘୋଷିତ କରିଥିଲେ । ଡିସିପି କହିଲେ ଅଭିଯୁକ୍ତ ଜଣକ ପ୍ରଥମେ ମୁହଁକୁ ଜୋର ଚାପି ଧରିଥିଲେ ଯେଉଥିପାଇଁ ସେ ବେହୋସ ହେଇଯାଇଥିଲେ । ମାତ୍ର ୩୫୦ ଟଙ୍କା ପାଇଁ ତାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।