କନକ ବ୍ୟୁରୋ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗୁରୁବାର ଦିଲ୍ଲୀର ସୀମାପୁର ଅଞ୍ଚଳର ଏକ ଘରେ ଛାନଭିନ୍ କରିବା ସହିତ ସେଠାରେ ଏକ ସନ୍ଦିଗ୍ଧ ବ୍ୟାଗକୁ ଜବତ କରିଛି । କୁହାଯାଉଛି, ଏହି ସନ୍ଦିଗ୍ଧ ବ୍ୟାଗରେ ଆଇଇଡି ଥାଇପାରେ । ତେଣୁ ବର୍ତ୍ତମାନ ସେହି ସ୍ଥାନକୁ ଦିଲ୍ଲୀ ପୋଲିସର ବରିଷ୍ଠ ଟିମ୍ ଯାଉଥିବାବେଳେ, ଏନଏସଜି ଟିମକୁ ମଧ୍ୟ ଡକାଯାଇଛି । ମିଳିଥିବା ସୂଚନା ମୁତାବକ, ସ୍ପେଶାଲ ସେଲ୍ ଯେଉଁ ଘରେ ଛାନଭିନ୍ କରି ସେହି ଘରୁ ହିଁ ଏହି ବ୍ୟାଗ୍ ଜବତ କରାଯାଇଛି ।
ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଯେଉଁ ଘରୁ ଏହି ସନ୍ଦିଗ୍ଧ ବ୍ୟାଗ୍ ଜବତ ହୋଇଛି, ସେହି ଘରେ କିଛି ଦିନ ହେଲା ୩ରୁ ୪ ଜଣ ଲୋକ ରହି ଆସୁଥିଲେ । ଯେଉଁମାନେ କି ଏବେ ଫେରାର୍ ଅଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡି ଗେଟ୍ ନମ୍ବର ୧ରୁ ମଧ୍ୟ ଆଇଇଡି ବମ୍ ମିଳିଥିଲା । ଯାହାକୁ ନିଷ୍କ୍ରିୟ କରିଦିଆଯାଇଥିଲା । ତେଣୁ ଏବେ ଦିଲ୍ଲୀରେ କିଛି ବଡ ଧରଣର ବିସ୍ଫୋରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଭଳି ମନେ ହେଉଛି ।
ସୂଚନା ଅନୁସାରେ, ଦିଲ୍ଲୀ ପୋଲିସକୁ ଜାନୁଆରୀ ୧୦ ତାରିଖ ସକାଳ ୧୦.୨୦ ମିନିଟରେ ଏକ ପିସିିଆର୍ କଲ୍ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା, ଗାଜିପୁର ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ ହୋଇଛି, ତେବେ ଏହି ବ୍ୟାଗରେ ବମ୍ ଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୋଲିସ ଓ ସ୍ପେଶାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯାଞ୍ଚ ପରେ ବ୍ୟାଗରେ ଆଇଇଡି ଥିବା ଜଣାପଡିଥିଲା । ତେଣୁ ଏହାର ବାସ୍ କିଛି ଦିନ ପରେ ଆଜି ସୀମାପୁରୀ ଅଞ୍ଚଳରୁ ଏହି ସନ୍ଦିଗ୍ଧ ବ୍ୟାଗ୍ ଜବତ ହେବା, ପୋଲିସର ଚିନ୍ତା ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/13-21.jpg)