ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ: ୨୪ ଘଂଟାରେ ୯୯ ମୃତ; ନୋଏଡା ସୀମାରେ ଆରମ୍ଭ ହେଲା ରେଣ୍ଡମ ଟେଷ୍ଟିଂ

କିଛି ଅଂଚଳକୁ ମାଇକ୍ରୋ କଂଟେନମେଂଟ ଅଂଚଳ ଘୋଷଣା କରିବାକୁ ଚାଲିଛି ପ୍ରସ୍ତୁତି

497

କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ପ୍ରଭାବିତ ଅଂଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହାରି ଭିତରେ ଏବେ ଦିଲ୍ଲୀର ସୀମାନ୍ତ ଅଂଚଳ ଗୁଡିକ ଉପରେ ରଖାଯାଇଛି ନଜର । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ପ୍ରାୟ ୯୯ ଜଣଙ୍କ ଜୀବନ ଗଲାଣି । ସଂକ୍ରମିତ ସଂଖ୍ୟା ହଠାତ୍ ବଢିବାରେ ଲାଗୁଥିବାରୁ , ଦିଲ୍ଲୀରେ କରୋନାର ତୃତୀୟ ଲହର ଆସୁଥିବା ସନ୍ଦେହ କରାଯାଉଛି । ଏହାରି ଭିତରେ ଦିଲ୍ଲୀ ଏନସିଆର, ଗୌତମବୁଦ୍ଧ ନଗର ପରି ଅଂଚଳରେ ଏବେ ସଂକ୍ରମଣ ବଢିବାରେ ଲାଗିଲାଣି । ଏହା ମଧ୍ୟରେ ନୋଏଡା ସୀମାରେ ଆରମ୍ଭ ହୋଇଛି ର୍ୟାଣ୍ଡମ୍ ଟେଷ୍ଟିଂ ।

ବିକ୍ଷିପ୍ତ ଅଂଚଳରେ ପରୀକ୍ଷା କରାଇ କରୋନା ସ୍ଥିତି ଜାଣିବାକୁ ଉଦ୍ୟମ କରୁଛନ୍ତି ଦିଲ୍ଲୀ ସରକାର । ଏହାରି ଭିତରେ ଦିଲିରେ ପୁଣି ଥରେ ଲକ୍ ଡାଉନ୍ ଜାରି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ରଖିଛନ୍ତି ଦିଲ୍ଲୀ ସରକାର । ସେହିପରି ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ପାଇଁ ମଧ୍ୟ ସରକାର ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ । ଏହାଛଡା ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅମୁମତି ମାଗିଛନ୍ତି କେଜରିୱାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି । କିନ୍ତୁ କମ ଆଇସିୟ ବେଡ ରହିଛି । ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁ ନଥିବାରୁ ଏ ନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ ।