କନକ ବ୍ୟୁରୋ : ଆଜିର ମ୍ୟାଚରେ ହେତମେୟାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ୧୮୪ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଇଙ୍ଗ ସଟ ଖେଳିବାକୁ ହେବ ।
ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଦିଲ୍ଲୀ ପକ୍ଷରୁ ସିମରନ ହେତମେୟାର ସର୍ବାଧିକ ୪୫ ଓ ମାର୍କସ ଷ୍ଟୋଇନ ୩୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୮୪ କରିବାରେ ସକ୍ଷମ ହୋଇଥିଲା ।
ଏବେ ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇବ ରାଜସ୍ଥାନ ଦଳ । ରାଜସ୍ଥାନର ଦୁଇ ଓପନର ପାଳି ଆରମ୍ଭ କରିବେ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Ej5aJEEVcAAAeh-.jpg)