ଶାମିଙ୍କ ଶାନଦାର ବୋଲିଂ । ପଞ୍ଜାବ ବୋଲିଂରେ ଘାଇଲା ହେଲା ଦିଲ୍ଲୀ । ରାହୁଲ ବ୍ରିଗେଡ୍ ଆଗରେ ଧାର୍ଯ୍ୟ କଲା ୧୫୮ ରନର ବିଜୟଲକ୍ଷ୍ୟ ।

475

କନକ ବ୍ୟୁରୋ : ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିବା ପଞ୍ଜାବ ।

ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ଏବଂ ପୃଥ୍ୱୀ ସ ଓପନିଂ କରିବାକୁ ଆସିଥିଲେ । ତେବେ ପ୍ରଥମରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୫୭ ରନ୍ କରିବାକୁ ସକ୍ଷମ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ ସର୍ବାଧିକ ୫୩ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୩୯ ରନ୍ ଓ ଋଷଭ ପନ୍ତ ଦଳପାଇଁ ୩୧ ରନ୍ ଯୋଡ଼ିଛନ୍ତି ।