କନକ ବ୍ୟୁରୋ : କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୧ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରିଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ । ତେବେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କ୍ରମାଗତ ୱିକେଟ୍ ପତନର ସାମ୍ନା କରିଥିଲା ଦିଲ୍ଲୀ ।