ବୁମରାହ-ବୋଲ୍ଟଙ୍କ ଘାତକ ବୋଲିଂରେ ଦିଲ୍ଲୀ ଧରାଶାୟୀ । ୧୧୦ ରନ କଲା ଦିଲ୍ଲୀ । ମୁମ୍ବାଇ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ 

110

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଯଶପ୍ରୀତ ବୁମରାହ ଓ ବୋଲ୍ଟଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ଏହି ମ୍ୟାଚରେ ମାତ୍ର ୧୧୦ ରନ କରିବାରେ ସକ୍ଷମ ହୋଇଛି । ଏବେ ମୁମ୍ବାଇ ଆଗରେ ୧୧୧ ରନର ଟାର୍ଗେଟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଦିଲ୍ଲୀ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ମୁମ୍ବାଇ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ବ୍ୟାଟିଂ ପାଇଁ ଆସିଥିଲା । ହେଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ । ଦିଲ୍ଲୀ ପକ୍ଷରୁ ଆୟର ୨୫ ଓ ପନ୍ତ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୧୦ ରନ କରିଛି୍ ।

ଏବେ ୧୧୧ ରନ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଦଳ । ମୁମ୍ବାଇରେ କିରନ ପୋଲାର୍ଡ, ହାଦ୍ଦିକ ପାଣ୍ଡ୍ୟା, ଇଶାନ କିଷାନ, ଡିକକ୍୍ ଙ୍କ ଭଳି ଖେଳାଳି ରହିଛନ୍ତି ।