ସଂକ୍ରମଣ ହ୍ରାସ ପରେ ଦିଲ୍ଲୀରେ ଖୋଲିଲା ସ୍କୁଲ । ସ୍ଥିତି ପରିଖିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିୟା

ସଂକ୍ରମଣ ହ୍ରାସ ପରେ ଦିଲ୍ଲୀରେ ଖୋଲିଲା ସ୍କୁଲ । ସ୍ଥିତି ପରିଖିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିୟା

କନକ ବ୍ୟୁରୋ : ଦିଲ୍ଲୀରେ ଆଜିଠୁ ସ୍କୁଲ କଲେଜ ଖୋଲିଛି । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଯାଇଛି । ସ୍କୁଲ ଖୋଲିବା ପରେ ଦିଲ୍ଲୀ କାଂଟ ଅଂଚଳର ସର୍ବୋଦୟ କନ୍ୟା ବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିୟା । ସ୍କୁଲରେ କୋଭିଡ ନିୟମ ପାଳନ ନେଇ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଛନ୍ତି । ଏହାପରେ ସ୍କୁଲ ପିଲାଙ୍କ ସହ ଆଲୋଚନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ।

ସ୍କୁଲରେ କୋଭିଡ ଗାଇଡଲାଇନ୍ କେମିତି ପାଳନ କରାଯାଇଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନୀଷ ସିଶୋଦିୟା । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ବହି ବସ୍ତାନୀ ଧରି ପାଠ ପଢିବାକୁ ଆସିଛନ୍ତି । କରୋନା କଟକଣା ଭିତରେ ଶ୍ରେଣୀଗୃହରେ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଛି । ତେବେ ସ୍କୁଲକୁ କେବଳ କରୋନା ଟିକାର ଦୁଇଟି ଡୋଜ ନେଇଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆସିବାକୁ ଅନୁମତି ରହିଛି । ଏହାଛଡା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜ ସୁବିଧା ବାଧ୍ୟତାମୂଳକ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe