ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ଦିଲ୍ଲୀ ସ୍କୁଲ ମଡେଲ: ବିଜେପି କହିଲା ଟଙ୍କା ଦେଇ ଏକାଧିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି ଆପ୍

133

କନକ ବ୍ୟୁରୋ: ଦିଲ୍ଲୀ ଶିକ୍ଷା ମଡେଲକୁ ନେଇ ଆମେରିକାରର ସବୁଠୁ ବଡ ଖବରକାଗଜ ନ୍ୟୁ ୟର୍କ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି । ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଡେଲର ଭୁରି ଭୁରି ପ୍ରଂଶସା ମଧ୍ୟ କରାଯାଇଛି । ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ଶିସୋଦିଆଙ୍କ ଏକ ଫଟୋ ମଧ୍ୟ ସ୍ଥାନିତ କରାଯାଇଛି । ଦିଲ୍ଲୀ ସ୍କୁଲକୁ କିଭଳି ମଡେଲ ସ୍କୁଲରେ ପରିଣତ କରାଯାଇଛି ତାହା ଉପରେ ପୂରା ରିପୋର୍ଟ ଉପସ୍ଥାପନା କରିଛି ଆମେରିକାର ଏହି ଲୋକପ୍ରିୟ ଖବରକାଗଜ । ଗତ ୫ ବର୍ଷରେ ଅଢେଇ ଲକ୍ଷ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ସେକଥା ମଧ୍ୟ ଆଲେଖ୍ୟରେ ସ୍ଥାନ ଦିଆଯାଇଛି । ଅନ୍ୟପଟେ ହେଲେ ବିଜେପି ଏହାକୁ ବିରୋଧ କରିଛି । ଦଳ କହିଛି ସମାନ ଖବର ଦୁଇ ଅର୍ନ୍ତଜାତୀୟ ଖବର କାଗଜ ଖଲିଜ ଟାଇମ୍ସ ଓ ନ୍ୟୁ ୟର୍କସ ଟାଇମ୍ସରେ କିଭଳି ଏକ ସାଙ୍ଗରେ ପ୍ରକାଶ ହୋଇଛି ? ରିପୋର୍ଟ ସହ ସମାନ ଫଟୋକ ସ୍ଥାନ ପାଇବାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି ।