କନକ ବୁରୋ : ସ୍କୁଲରେ ବୋମା ଆତଙ୍କ । ରାଜଧାନୀ ଦିଲ୍ଲୀରେ ଥିବା ଇଣ୍ଡିଆନ ସ୍କୁଲରେ ବୋମା ଆତଙ୍କ । ଇ-ମେଲ ଯୋଗେ ବୋମା ଥିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ଏହା ପରେ ସ୍କୁଲ ପ୍ରଶାସନିକ ଅଧିକାରୀ ବ୍ରିଜେଶ ଏହି ସୂଚନା ଦେଇଛନ୍ତି । ଏବେ ବମ ସ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି । ଏହାପରେ ସ୍କୁଲ ପିଲାଙ୍କୁ ସ୍କୁଲ ଭିତରୁ ସୁରକ୍ଷିତ ଭାବେ ବାହାର କରାଯାଉଛି ।